ରୋଗ ଚିରକାଳ
ରୋଗ ଚିରକାଳ
ଜନ୍ମରୁ ଏ ଯାଏ
ମୋହନ ଭୋଗି ଚାଲିଛି ସକଳ ରୋଗ ବଇରାଗ
ଖାଲି ଓଷଦରେ ବଂଚି ରହିଛି ସେ
ଏ ରୋଗୀ ଜୀବନରେ ହୋଲି କ’ଣ-ଦୀପାବଳି କ’ଣ ?
ଗୋଟିଏ ରୋଗ ନ ଛାଡୁଣୁ ଆଉ ଗୋଟିଏ ମାଡି ବସୁଛି
ଅକ୍ଟୋପସୀ ବାହୁ ବଂଧନରେ-ସୁଦୃଢ ବଳୟରେ
ଦେହରୂପୀ ହେଲ୍ରେ ଆତ୍ମମାଟି ସଂତସଂତ
କିଛି କରିବାକୁ-ଭାବିବାକୁ ଆଗ୍ରହ ନାହିଁ- ଚିନ୍ତା ନାହିଁ
ଏକ ଘୋର ବିଷାଦ- ଯୋଗରେ ସେ ଅବସାଦଗ୍ରସ୍ତ-ମହାମୋହିତ
କାମିନୀ କାଂଚନର ମାୟା ବି ଆକର୍ଷି ପାରୁନି ତାକୁ
ଗୋଡରୁ ମୁଣ୍ଡ ପର୍ଯ୍ୟତ ସବାଂଗ ବ୍ୟଥତ-ତରଂଗାୟିତ-ଅବସନ୍ନ
ବିଛଣାରୁ ଉଠିବାକୁ ବି ଅନାଗ୍ରହ-
ଉଠୁଛି ଖାଲି ଶୌଚ ସ୍ନାନ ପାଇଁ
ତା ପରେ ବିଛଣାରେ ପଡି ରହିଛି ଜୀବଂତ ଶବ ପରି
ପଢିବାକୁ- ଟି.ଭି. ଦେଖିବାକୁ ବି ଆନମନା
ଚୋରା ମଳୟର କୌମୁଦୀ ସୌରଭ ବି ପରାଜିତ
ବଂଧୁବାଂଧବ ପ୍ରବୋଧନା ବି ମୂଲ୍ୟହୀନ
ମୋହନ ପଡି ରହିଛି ସ୍ବପ୍ନ ସେହ ଏକ ଆରୋଗ୍ୟ ଝରଣାର ସଂଧାନରେ
ନିଜେ ମରି ଅନ୍ୟକୁ ବଂଚିବାର କଳା ଶିଖେଇବାକୁ ।