STORYMIRROR

Premalata Giri

Classics

3  

Premalata Giri

Classics

ସୂର୍ୟ୍ଯାସ୍ତରେ

ସୂର୍ୟ୍ଯାସ୍ତରେ

1 min
162


ମୋହରେ ପ୍ରତୀକ୍ଷାମାଣ ଆଖି

କିଛି ଦ୍ରୁଶ୍ୟ କିଛି ଅଦ୍ରୁଶ୍ୟ

ଭିତରେ ଖୋଜିବୁଲେ

ହଜିଥିବା ଭଦୟଭାନୁ ରଂଗ

ଯାହା ନିହାତିନିରର୍ଥକ 

 ଏବଂ ଗୋଟିଏ ରାତ୍ରି ର ଅପେକ୍ଷା

  ସୂର୍ୟ୍ଯାସ୍ତର ବ୍ୟବଧ୍ୟାନରେ। 

ଶବ୍ଦ ମାନେ ବଦଳିପଡନ୍ତି

 ଦିଗ୍ ବଳୟପତାତଳେ

ଏଇତ ଜୀବନ ଜୀଇଁ ଲାବେଳେ

ଇତିହାସରୁ ମହାକାବ୍ୟ ଯାଏ। 

ସବୁଠି ଅସ୍ତ ସା ରେ ଗା ମା

ବିଦ୍ୟାଳୟରୁ ଦେବାଳୟ 

ଭୁରିଭୁରି ପ୍ରସଂସା ଗୋଧୂଳି ଲଗ୍ନର

 ସମୟର ବିଶ୍ବାସ ଭିତରେ। 

ଲୋଭନୀୟ ଅନ୍ତର୍ଗତ

 ସଂଗୁପ୍ତ ଭାବନାରେ

  ସଳିତା ଅଳସ ଭାଂଗେ

ଜଳିବାକୁ ସମ୍ମହୋହନରେ। 

ବ୍ରୁନ୍ଦାବତୀ ମୂଳେ ଅଂଗୀକାର

ସ୍ୱାକ୍ଷର ସ୍ୱୀକ୍ରୁତିର ଆବଗନୀ

ଏକ ବିଚିତ୍ର ଦ୍ରୁଶ୍ୟ ପଟ

ଆରତ ଆରତୀ ଦୀପରେ। 

ଚହଲା ପାଣିର ଗାର ପରି

 ମନ ମାଡିଯାଏ ଚମ୍ପା ଗଛ ଆଡେ

 ପ୍ରଚ୍ଛଦ ପଟରେ ଗୁଣୁଗୁଣୁ ଭଁଅର

ନିଶାର ନୈରାଶ୍ୟରେ

ସେ ଆଉଟ ପାଉଟ

ରାତିରେ ବି ଦିନପରି

ବହୁ ବାସ୍ନାୟିତ ଫୁଲଫୁଟିପାରେ। 

ଭରାଦେଇ ନଈର ପିଠିରେ

 ପାଣିକୁଆ ସହ, ଟେଁ ଟେଁଇଁଆ 

 ଉଡାଣ ଭରନ୍ତି ନୀଡକୁ

ଯେବେ ଅସ୍ତଗୀମୀ ସୂର୍ୟ୍ଯ

ମାଟିକୁ ବୋଧ ଦେଉଥାଏ

 ଆଜି ନୁହେଁ କାଲି

 ଆସିବାର ସ୍ୱପ୍ନ ଆଢୁଆଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics