ଶୀତ ସଞ୍ଜ
ଶୀତ ସଞ୍ଜ
ଦିନ ସରେ ବେଗେ
ସଞ୍ଜ ନଇଁ ଆସେ
ସଂଧ୍ୟା ଶୀତର
ବଙ୍କୁଲୀ ଧରି,
ଥୁରୁଥୁରୁ ଶୀତ
ସ୍କୁଲ୍ ଛୁଟିର ବେଳ
ପଢା ଟି ସାରି
ଦୌଡ଼ ମସ୍ତିରେ ଖେଳି।
ଛୋଟ ଠାରୁ ବଡ଼
ଚାଦର ସ୍ବେଟର୍
ଘରେ ରୁହନ୍ତି
କବାଟ ଝରକା ଦେଇ,
ଚାଦର, କମ୍ବଳ
ଡ଼କା ଡ଼କି ବେଗେ
ଜାଡ ଶୀତକୁ
ସ୍ବାଗତ କରି।
ମନ୍ଦିରର ଘଣ୍ଟି
ଓଢ଼ଣା ଘୋଡି
ଶୁଅନ୍ତି ଠାକୁର
ରାତ୍ରି ବେଗାବେଗି,
ଶୀତର ପରଷେ
ଗଛ ଲତା ଡାଳ
ଧରିତ୍ରୀ କୋଳରେ
ଜାବୁଡି ଧରି।
