STORYMIRROR

Subhashree Behera

Abstract Classics

3  

Subhashree Behera

Abstract Classics

ମାେ ସ୍ବପ୍ନବଜାର

ମାେ ସ୍ବପ୍ନବଜାର

1 min
164

କେହି ଜଣେ ଆସିବ !

ଏଇ ହଳେ ଆଖିର ଦାମୀ ସ୍ବପ୍ନ ନୁହେଁ , 

ମହଙ୍ଗା ସତଟିଏ ହୋଇ ।

କେହି ଜଣେ ମାେ ଆଖି ଝରକାରେ 

ପୁଣି ପହରା ଦେବ, 

ସଚ୍ଚା ଚୌକିଦାରଟେ ହୋଇ,

ହଁ .. କେହିତ ଜଣେ ଆସିବ !

ସେ ଦରଭଙ୍ଗା ହୃଦୟର ଫାଟରେ 

ମଲମ ଭରିବ , 

ସେ ମୋ ବାରମାସୀ ସୋମବାରର,

ବ୍ରତଫଳ ହୋଇ ଫଳିବ।

ମୋ ଲୁହବତୁରା ଆଖି ଦୁଇଟି ପାଇଁ,

ଶୀତ ସକାଳର ଖରାଟେ ହୋଇ ,

ହଁ.... କେହିତ ଜଣେ ନିଶ୍ଚୟ ଆସିବ..!

ମୋ ପ୍ରତିଟି ନୀରବ ଶବ୍ଦର

ପ୍ରକୃତ ଉତ୍ତରଟେ ହୋଇ,

ମୋ ଆଖିର ଖୋଲା ସ୍ବପ୍ନର ବଜାରକୁ

ତା ମନ ଅଗଣାରେ ବୁଣିବାକୁ ,

ହଁ ... କେହିତ ଅଛି ! ଜଣେ ଆସିବା ପାଇଁ ।



Rate this content
Log in

Similar oriya poem from Abstract