Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Behera

Romance

3  

Subhashree Behera

Romance

ସାଥୀ ପାଇଁ ପଦେ

ସାଥୀ ପାଇଁ ପଦେ

1 min
186


ତମେ ଯଦି କହିବ !

ଏଇ ସରି ଆସୁଥିବା ଡିସେମ୍ବରର, 

ଅଲା ଜୁକି ଶୀତୁଆ ପବନ ମେଞ୍ଚେ ହୋଇ

ତୁମକୁ ଛୁଇଁ ଯିବି

ନ ହେଲେ , ଲାଜକୁଳୀ ଲତା ଟେ ହୋଇ

ତମ ସ୍ପର୍ଶରେ ଲାଜେଇ ଯିବି।।


ତମେ ଯଦି କହିବ !

ଏ ନିଃଶ୍ୱାସ ଆଉ ବିଶ୍ୱାସ ମଝିରେ ଥିବା

ସବୁ ଦୂରତା କୁ ଲିଭେଇ ଦେବି

ନ ହେଲେ, ତୁମ ନିରବତା ମଧ୍ୟରେ 

ମୋ ନିଜ କୁ ହଜେଇ ଦେବି।।



କୁହ ତୁମେ ଯଦି କହିବ !

ମୁଁ ମୋର ସର୍ବସ୍ବ ଅସ୍ତିତ୍ବ 

ତୁମ ଠାରେ ସମର୍ପି ଦେବି  

ନ ହେଲେ , ମୃତ ପିଣ୍ଡ ଟିଏ ହୋଇ

ତୁମ ସୁପ୍ତ କାୟ ମନ ଭିତରେ 

ଲୁକ୍କାୟିତ ହେଇ ଯିବି ।।



Rate this content
Log in

Similar oriya poem from Romance