Subhashree Behera

Abstract Action

3  

Subhashree Behera

Abstract Action

ମୁଁ ଓ ମୋର ନୀରବ ପ୍ରଶ୍ନ

ମୁଁ ଓ ମୋର ନୀରବ ପ୍ରଶ୍ନ

1 min
207


କେଜାଣି କାହିଁକି

ଆଜି ମୋର ଏକା ରହିବାକୁ ଇଚ୍ଛା ହୁଏ

ହୃଦୟ ର ସବୁ ଯନ୍ତ୍ରଣା ଓ ବ୍ୟଥା କୁ 

ଏକା ସହି ଯିବାକୁ ଇଚ୍ଛା ହୁଏ

ଅତୀତ ର ପୃଷ୍ଠା ଓଲଟେଇ

ଭବିଷ୍ୟତ କୁ ଖୋଜିବାକୁ ଇଚ୍ଛା ହୁଏ

ସମ୍ପର୍କ ର ସୂତା ଖିଅ ଟିକୁ

ପରଖି ବାକୁ ଇଛା ହୁଏ

କିଛି ଉତ୍ତର ପାଇବା ଆଶାରେ

ନିଜକୁ ନୀରବ ପ୍ରଶ୍ନ ଟିଏ କରିବାକୁ ଇଚ୍ଛା ହୁଏ

ପ୍ରିୟଜନ ଙ୍କ ଜୀବନ ରେ ନିଜର

ଅସ୍ତିତ୍ବ ସମ୍ବନ୍ଧ ରେ ଜାଣିବାକୁ ଇଚ୍ଛା ହୁଏ

ଏ ବୁଦ୍ଧିମାନ ସମାଜ ସାମ୍ନା ରୁ ନିଜର

ଦୋଷ ଦୁର୍ବଳତା ଲୁଚେଇବାକୁ ଇଚ୍ଛା ହୁଏ

ଦୁନିଆ ର ମାପକାଠି ରେ ତଉଲିବା ପୂର୍ବ ରୁ

ନିଜକୁ ବଦଳେଇ ଦେବାକୁ ଇଚ୍ଛା ହୁଏ

ମନକୁ ହାଲୁକା କରିଦେବାର ପ୍ରୟାସ ରେ 

ହୃଦୟ ଖୋଲି କାନ୍ଦିବାକୁ ଇଛା ହୁଏ

କେଜାଣି କାହିଁକି ?

ଏତେ ଆତ୍ମୀୟ ଙ୍କ ଭିତରେ ମୋତେ 

ଏକା ରହିବାକୁ ଇଚ୍ଛା ହୁଏ ।



Rate this content
Log in

Similar oriya poem from Abstract