STORYMIRROR

Subhashree Behera

Abstract Classics Inspirational

4  

Subhashree Behera

Abstract Classics Inspirational

ନୂଆ ସକାଳ ସହ ' ମୁଁ '

ନୂଆ ସକାଳ ସହ ' ମୁଁ '

1 min
233

ସକାଳ !

ତୁମେ ଆସ ପୂର୍ବ ଆକାଶର ରକ୍ତିମ ଆଭାରେ

ଧରାବୁକେ ବିଞ୍ଚି ହୋଇଯାଏ,ସୁନେଲି ଅବିରରେ

ଶୀତଳତା ଭରିଯାଏ ମନ ଅଗଣାରେ

ସ୍ନିଗ୍ଧ ମଳୟର ଶୀତଳ ସ୍ପର୍ଶରେ

କିନ୍ତୁ .....କୋଳାରବ ଭଙ୍ଗ କରେ 

ମାେ ମନ ନୀରବତାର ଭାବାବେଗରେ.!


ଶେଯ ଉପରୁ ଥାଇ ଦେଖୁଥାଏ, ମୁଁ

ଅଧାଖୋଲା ମାେ ଝରକା ଫାଙ୍କରୁ

ଲୁଚକାଳି ଖେଳୁଥାଏ ଛିଟାଏ ସୁନେଲି କିରଣ

ହାତ ଠାରି ଡାକୁଥାଏ

ପ୍ରତିଦିନର ବ୍ୟସ୍ତଭରା ଜଞ୍ଜାଳ 

ଆସିଲାଣି ପରା ବ୍ୟସ୍ଥତାର ସମ୍ଭାର ନେଇ 

ଏକ ନୂଆ ସକାଳ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract