Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Behera

Abstract Action

3  

Subhashree Behera

Abstract Action

ଭିଜା ଭିଜା ବର୍ଷା

ଭିଜା ଭିଜା ବର୍ଷା

1 min
200


ଏ ଅମାନିଆ ବର୍ଷା , 

ଭିଜିବାକୁ ଚାହିଁଲେ ବି ଭିଜି ପାରେନା ।

ଏ ବର୍ଷା ରେ ଭିଜିଲେ , 

ମନ ଭିତରେ ଖେଳିଯାଏ ଅଶେଷ ଉନ୍ମାଦ। 

ସେ ଉନ୍ମାଦ ରେ ଶରୀର ଭିତରେ ଖେଳି ଯାଏ

ଅସରନ୍ତି ଭରା ଅନୁଭା ଶିହରଣ ।

ଉନ୍ମାଦ ଓ ଶିହରଣ ର ତାଳେ ତାଳେ 

ଲାଜେଇ ଯାଏ ମୁଁ ସେ ବର୍ଷା କୁ ଦେଖି ।

କାଇଁ ଏ ବରଷି ଯାଉଛି ??

କେଉଁ ଭାବନା ସେ ମନ ରେ ଜାଗ୍ରତ କରି ,

ସେ ଭିଜେଇ ଚାଲିଛି ସାରା ପୃଥିବୀ କୁ ??

ବର୍ଷା ର ପ୍ରତ୍ୟେକ ବୁନ୍ଦା ରେ କାଇଁ ସେ

ଦେଖେଇ ଦେଉଛି ତାର ଚେହେରା କୁ ??

ଆଉ ସେ ଚେହେରା , ସାରା ମନ କୁ ମୋର କାଇଁ ଆନ୍ଦୋଳିତ କରୁଛି ;!?


ଏମିତି ଏଇ ଅମାନିଆ ବର୍ଷା କୁ ଦେଖି ବାରମ୍ବାର ମୁଁ ପ୍ରଶ୍ନ କରେ,

ଆଉ ଉତ୍ତର ପାଇବା ଆଶାରେ , ଅନାଇଥାଏ ତାର ପ୍ରତ୍ୟେକ ବୁନ୍ଦା କୁ

ଏଭଳି ପ୍ରଶ୍ନ - ଉତ୍ତର ଆଳରେ ନିଜକୁ ହସ ଭରା ମୁହଁ ରେ କହୁଛି

      " ଏ ଅମାନିଆ ବର୍ଷା ,

        ଭିଜି ବାକୁ ଚାହିଁଲେ ବି ଭିଜି ପାରେନା ।



Rate this content
Log in

Similar oriya poem from Abstract