ବେରଙ୍ଗୀ ସମୟ
ବେରଙ୍ଗୀ ସମୟ
ତୁମେ ଗଲା ପରେ ପରେ
ସମୟ ବି ଟିକ୍ ଟିକ୍ କରି ଖାଇଯାଏ
ତା ଘଣ୍ଟା ର କଣ୍ଟା
ବୟସ ଆୟୁଷ ଠୁ ଫେଡି ହେଇଯାଏ
ସମୟ ଠୁଁ ଆଗରେ l
ଛାତିର କୋହ ସବୁ ଆଖିର
ଲୁହ ହେଇ ବହିଯାଏ
ଶୀତୁଆ ରାତିର ଜ୍ୟୋସ୍ନା
ବି ଦେହ କୁ ପୋଡିଦିଏ
କପୋତ ବି ଦେଖେ ଶାଗୁଣାର
ଲୋଲୁପ ଦୃଷ୍ଟି ରେ l
ତଥାପି ମୁଁ ନିଷ୍ପେସିତ ଆଜି
କ୍ରୋଧ ,ହିଂସା, ଘୃଣାର ଚାପରେ
ମନେ ଅଛି କି ତୁମର
ଯେବେ ତୁମେ ଶେଷ ଥର ପାଇଁ
ରଙ୍ଗହିନ ହେଇ ଯାଇଥିଲ l
ଆଉ ମୁଁ ଦେଇ ଦେଇଥିଲି
ମାେ ସବୁ ରଙ୍ଗ ତକ
ଆଉ ତୁମେ ରାତାରାତି
ଇନ୍ଦ୍ରଧନୁ ବନି ବି ଗଲ
କିନ୍ତୁ ଏଇ ଲୁଚକାଳି ଭରା ସମୟରେ
ନା କେହି ବି ଭାବି ନଥିଲେ l
ବୋଧେ ତୁମେ ଜଣାଇବା
ପାଇଁ ହିଁ ଚାହିଁ ନଥିଲ
ତୁମ ଅସଲ ଜୀବନ ର ଗୁରୁତ୍ଵ
ଶେଷରେ ମୋର ଏତିକି ଅନୁମେୟ
କର ନାହିଁ ଆଉ ସମୟର ବ୍ୟତିକ୍ରମ
ତୁମେ ଫେରି ଆସନ୍ତ କି l
ଶିଖେଇ ଦିଅନ୍ତ କି
ସେ ଜୀବନକୁ
ଜିଇଁବାର କଳା
ଆଉ ଅନୁଭବ କରନ୍ତି କି
ମୁଁ ସେ ବିଷର୍ଣ୍ଣ ହୃଦୟର
ପୁନଃ ସ୍ୱଚ୍ଛଳା l
