STORYMIRROR

Ganeswar Mohanty

Abstract Inspirational Others

3  

Ganeswar Mohanty

Abstract Inspirational Others

ଅସ୍ତସୂର୍ଯ୍ୟ

ଅସ୍ତସୂର୍ଯ୍ୟ

1 min
165


ହେ ! ଜଗତର ନାଥ ବଡ଼ ଦେଉଳର ରତ୍ନସିଂହାସନ 

ଛପନ କୋଟି ଭୋଗ, ସେବାୟତଙ୍କ ସେବା 

ତୁମ ଚତୁପାର୍ଶ୍ଵରେ ଥିବା ଦେବାଦେବୀଙ୍କ ସୁରକ୍ଷା 

ମେଘନାଦ ପ୍ରାଚୀରର ଶବ୍ଦ ରୁଦ୍ଧତାରେ 

ଗୀତଗୋବିନ୍ଦର ଶ୍ରୀଅଙ୍ଗା ପିନ୍ଧି 

ସାତ ଆନନ୍ଦରେ ସୁନାର ପଲଙ୍କରେ

ନିଘୋଡ଼ ନିଦରେ ଶୋଇଥାଅ 


ହେ ! ଜଗନ୍ନାଥ ପ୍ରତି ମୁହୂର୍ତ୍ତରେ ତୁମ ପାଖକୁ 

କୋଟି କୋଟି ଭକ୍ତଙ୍କର ସୁଅ ଛୁଟେ 

ତୁମେ ଭକ୍ତିରେ ଅଛବୋଲି ସଭିଙ୍କ ବିଶ୍ୱାସ 

ସେଇଥିପାଇଁ ବଳରାମ ଭଳି 

ଗୋଟେ ଚରିତ୍ରହୀନର ଭକ୍ତିରେ ତୁମେ ମଜ୍ଜି ଯାଇଥିଲ 

ବନ୍ଧୁ ମହାନ୍ତିର ବନ୍ଧୁତାକୁ ରଖିବାପାଇଁ 

ତୁମେ ତୁମ ଭୋଗ ଥାଳିଆକୁ ବି ନେବାକୁ

ଭୁଲିଥିଲ, ଦାସିଆ ବାଉରୀତ 

ଦାସିଆ ବାଉରୀତ ତୁମକୁ ଏମିତିରେ ନଡ଼ିଆ ଯାଚୁଥିଲା 

ହେଲେ ତୁମେ ରଥ ଅଟକାଇ ସାଲବେଗର 

ଅପୂରଣୀୟ ଇଚ୍ଛାକୁବି ପୂରଣ କରିଥିଲ

ଯୁଗେଯୁଗେ ତୁମ ଶ୍ରେଷ୍ଠତାକୁ ପ୍ରମାଣ କରିବାପାଇଁ 

ତୁମେ କେଉଁ ଅବସର ହାତଛଡା କରିନ 

କାରଣ ତୁମେ ପରା ଭଗବାନ 

ତୁମ ପାଖରେ ଶକ୍ତି ତୁମ ପାଖରେ ମୁକ୍ତି 

ଏଇ କଥା ଶୁଣି ଶୁଣି ଜୀବନ କଟିଗଲାଣି 

କିନ୍ତୁ ନୂଆ କାହାଣୀ ଶୁଣିବାକୁ 

ଶେଷ ସମୟରେ କର୍ଣ୍ଣ ଯୁଗଳର ବ୍ୟାକୁଳତା 

ତୁମେ କଣ ଜାଣିପାରୁନ ବିଶିକେସନ 


ହେ ! କାଳିଆ ଠାକୁର ବରଷକୁ ଶ୍ରୀମନ୍ଦିରୁ ଆସ

ଏ ସଂସାରର ପ୍ରତିବନ୍ଧକରେ ବନ୍ଦୀଥିବା ମଣିଷ ମାନଙ୍କ ପାଇଁ 

ବଡ଼ଦାଣ୍ଡେ ତୁମେ ରଥକୁ ବାହିନିଅ 

ମାଉସୀ ଘରକୁ ଯିବାଛଳରେ 

ତୁମେ ପୂର୍ଣ୍ଣହୁଅ ଆଉ ଧନ୍ୟ କର ସେଇମାନଙ୍କୁ 

ଯୋଉମାନେ ତୁମର ଦର୍ଶନ କରନ୍ତି 

ଯୋଉଠି ସୋରିଷ ଖୁଣ୍ଟିଲେ ମିଳେନା 


ହେ ! ବିଶ୍ୱ ବିହାରୀ ମୁଁ ଜାଣିପାରେନା 

ଲୋକ ତୁମକୁ ପୂଜନ୍ତି କାହିଁକି ?

ଭକ୍ତିରେ ନା ଭୟରେ ?

ନା ଲୋକଦେଖାଣିଆ ଧାର୍ମିକତାରେ ?

ନା ମୋକ୍ଷ ପାଇବାର ଆଶାରେ ?

ହେ ! ବ୍ରହ୍ମମୂର୍ତ୍ତି ସେ ଯେଉଁଥିରେ ହେଉ 

ହେ ! ବିଶ୍ୱକର୍ମାଙ୍କ ସର୍ବଶ୍ରେଷ୍ଠ କୀର୍ତ୍ତି !

ହେ ! ବିଶ୍ୱାବସୁଙ୍କ ଗୋପନୀୟତାର ଅଦୃଶ୍ୟ ଦୃଷ୍ଟି 

ତୁମେ ନିତ୍ୟ ତୁମେ ଚିର ଅନନ୍ତ, 

ତୁମେ ମହୋଦଧିର ଦାୟାଦ ମୁଁ ମାନୁଛି 

ତଥାପି ତୁମ ଅସ୍ତିତ୍ୱରେ କେଉଁଠିନା କେଉଁଠି

ଉଣା ରହିଛି ମୋ ମନ କହୁଛି ଆଜିର ସମାଜ 

ତୁମ ପ୍ରତି ଭକ୍ତି ନୁହେଁ ତା ଦୟା ତୁମକୁ ଦେଖାଉଛି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract