ସମ୍ପର୍କ
ସମ୍ପର୍କ
ସମ୍ପର୍କ, ଦୁଇ ଜୀବନକୁ ଜୀବନ୍ତ କରୁଥିବା
ମର୍ତ୍ତ୍ୟର ଏକ ସର୍ବଶ୍ରେଷ୍ଠ ଅମୃତ
ପୁଣି ସମ୍ପର୍କ ଦୁଇଟି ଶରୀରକୁ ଶବ ସଜାଉଥିବା
ଏଇ ମର୍ତ୍ତ୍ୟର ଏକ ଅଭିନ୍ନ ବିଷାକ୍ତ ବିଷ
ସମ୍ପର୍କ, କେବେ ଏଠି ନିଜର ହୋଇ
ନିଜ ଲୋକପାଇଁ ଜୀବନ ଦିଏତ
ସେଇ ସମ୍ପର୍କ କେବେ ଏଠି ନିଜରବି ପରହୋଇ
ନିଜଲୋକର ଜୀବନ ନିଏ
ନୀରବତା ଏଠି ସମ୍ପର୍କ ରଖେ, ଅହଂକାର ଏଠି ସମ୍ପର୍କ ଭାଙ୍ଗେ
ସ୍ୱାଭିମାନ ଏଠି ଅନାଥ ସାଜେ,
ବେଇମାନର ସମ୍ପର୍କ ସଭିଙ୍କ ସାଙ୍ଗେ ।
ସମ୍ପର୍କ, ଦୁଇ ପାରିବାର ଭିତରେ ପବିତ୍ରତାରେ ବାନ୍ଧି ବାନ୍ଧିରଖୁଥିବା ଏକ ଶକ୍ତକଡ଼ି
ଯାହାକୁ ଭାଙ୍ଗିବାକୁ ସମସ୍ତେ ଅକ୍ଷମ
ସେଇ ସମ୍ପର୍କ ବିନା ମେଘରେ ବର୍ଷା କରୁଥିବା ଆକାଶ
ବିନା ଗଛରେ ଫୁଲ ଫୁଟାଉଥିବା ବଗିଚା
ବିନା ପାଣିରେ ଢେଉ ସୃଷ୍ଟି କରୁଥିବା ସମୁଦ୍ର
ବିନା କାରଣରେ ବଞ୍ଚିବାକୁ ବାଧ୍ୟ କରୁଥିବା ରହସ୍ୟ
ସେଇ ସମ୍ପର୍କରେ ମଣିଷ କେବେ ଛନ୍ଦିହୁଏ କେବେ ପୁଣି ବନ୍ଦୀ
ସେଇ ସମ୍ପର୍କକୁ ନେଇ ମଣିଷ ବଞ୍ଚେ କେବେ
ପୁଣି ତାକୁ ରଖେ ବାନ୍ଧି ।
ସମ୍ପର୍କ, ଅସଂଖ୍ୟ ମନରେ କଳୁଷତା
ଭରି ଦେଉଥିବା ଏକ ବିଷାକ୍ତ ଜହର
ଯାହାକୁ ପିଇବାକୁ କେହି କେହି ବ୍ୟାକୁଳ
ସେଇ ସମ୍ପର୍କ ବିନା ବାଦଲରେ ଚମକାଇ ଦେଉଥିବା ବିଜୁଳି
ବିନା ମାଟିରେ ବଢୁଥିବା ବିଷ ବୃକ୍ଷ
ବିନା ଅଗ୍ନିରେ ଜାଳି ଦେଉଥିବା ବରୁଣ
ବିନା ପ୍ରଶ୍ନରେ ଶୂନ୍ୟସ୍ଥାନ ଭରୁଥିବା ଉତ୍ତର
ସେଇ ସମ୍ପର୍କରେ ମଣିଷ କେବେ ଛନ୍ଦିହୁଏ କେବେ ପୁଣି ବନ୍ଦୀ
ସେଇ ସମ୍ପର୍କକୁ ନେଇ ମଣିଷ ବଞ୍ଚେ
କେବେ ପୁଣି ତାକୁ ରଖେ ବାନ୍ଧି ।
ସମ୍ପର୍କ, ସମ୍ପର୍କ କେବେ ମଥାର ମୁକୁଟ ହୋଇ
ମସ୍ତକର ଶୋଭା ବଢାଏତ
ପୁଣି ସେଇ ସମ୍ପର୍କ କେବେ ବେକର ତରୱାଲ ସାଜି
ଶିରକୁ ଛେଦନ କରେ
ରକ୍ତ ସମ୍ପର୍କ, ଶତ୍ରୁ ସମ୍ପର୍କ, ମିତ୍ର ସମ୍ପର୍କ
ପ୍ରେମ ସମ୍ପର୍କ, ଘୃଣା ସମ୍ପର୍କ, ବନ୍ଧୁ ସମ୍ପର୍କ
ପୁଣି କେତେ କେତେ ସମ୍ପର୍କକୁ ନେଇ ସୃଷ୍ଟି
ଏଇ ସମ୍ପର୍କର ବୁନିୟାଦ
ତା ଭିତରେ ଆମେ ନିତି ନିଷ୍ପେସିତ
ଛାତି ବାଡେଇ କହିଚାଲୁ ସମ୍ପର୍କର ନିର୍ଣ୍ଣାୟକ
କିନ୍ତୁ ଲାଭ କଣ ?
କେହିନା କେହି କେବେନା କେବେ ସାଜିଛନ୍ତି ସେଇ ପବିତ୍ର ସମ୍ପର୍କକୁ ନେଇ ପ୍ରତାରକ ।
