STORYMIRROR

Pranati Panda

Abstract

3  

Pranati Panda

Abstract

ସେ'ତ ଚାଲି ଯାଇଛି କେବେଠାରୁ

ସେ'ତ ଚାଲି ଯାଇଛି କେବେଠାରୁ

1 min
217


ଆଃ ....କି ନିଦାଘ ଗୁଳୁ ଗୁଳି ଗ୍ରୀଷ୍ମ......

ଆଜି କାହିଁ ସ୍ମୃତି ସବୁ ଫେରି ଯାଉଛି ପଛକୁ ଆଉ ପଛକୁ

ବସନ୍ତକୁ ଖୋଜିବାକୁ ଚତୁଃପାର୍ଶ୍ଵ ଆଖି ବୁଲେଇ ଆଣିଛି ।

କିଏ ଦେବ ତାର ଠିକଣା??


ସେ'ତ ଚାଲି ଯାଇଛି କେବେ ଠାରୁ


ଆଉ ମୁଁ ଅଯଥାରେ ଖୋଜୁଛି ବସନ୍ତକୁ.....

ରାଧା କୃଷ୍ଣଙ୍କ ମୂର୍ତ୍ତିରେ, ଜଗା କାଳିଆଙ୍କ ରଥରେ


କି ଲାଭ ଆଉ ଖୋଜିବାରେ ?


ସେ'ତ ଚାଲି ଯାଇଛି ଚୁପ୍ କିନା କେବେଠାରୁ


କେଜାଣି କେଉଁଠି ଏକ ନୂତନ ଦିଗନ୍ତର ସନ୍ଧାନରେ !!


ଆଶଙ୍କା ବେଳେ ବେଳେ ସତ ହୋଇଯାଏ ,

ବସନ୍ତକୁ ତ' କେବେ ଠାରୁ ତାର ଭୁରୁ ଭୁରୁ ବାସ୍ନାକୁ ଦକ୍ଷିଣା ପବନ ଉଡେଇ ଦେଇଛି ।


ସେ'ତ ଚାଲି ଯାଇଛି କେବେଠାରୁ.....


ହଁ ଯଦି କେବେ ଫେରେ ଆଉ ମୋର ଦେଖା ହୁଏ, କୁହନ୍ତି ଆଉ କିଛି ନାହିଁ ଏଠାରେ ତୁମକୁ ନେବାପାଇଁ ....

ଛଦ୍ମବେଶୀ !!

କି ଲାଭ ଆଉ ଖୋଜିବାରେ ?


ସେ'ତ ଚାଲି ଯାଇଛି କେବେଠାରୁ .....


ଦେଇ ଯାଇଛି କେବଳ ଯନ୍ତ୍ରଣା ଆଉ ଯନ୍ତ୍ରଣା ....

ସବୁକିଛି ଯେପରି ଓଲଟ ପାଲଟ ହେଇ ଯାଇଛି।

ଏଠି ଖାଲି ନିଦାଘ ବୈଶାଖୀର ପ୍ରବଳ ତାତି,

ଯାହାକୁ ସ୍ପର୍ଶ କଲେ କାଳ ବୈଶାଖୀ ଝଡ଼ର ଯଥେଷ୍ଟ ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ନପାରେ ।


ବସନ୍ତ ଚାଲି ଯାଇଛି ଜୀବନର ପ୍ରତିଟି ରଙ୍ଗକୁ ସ୍ପର୍ଶ କରି , ହରଣ କରି ନେଇଛି ଜୀବନର ଗାଢ଼ ରଙ୍ଗକୁ ,

ପଛରେ ଛାଡ଼ି ଦେଇଛି କେବଳ ଫିକା ଫିକା ରଙ୍ଗର ଅସ୍ପଷ୍ଟ ଛାପ .....


ରାଧା କୃଷ୍ଣ ମୂର୍ତ୍ତି ଭିତରେ ବସନ୍ତ ଫଗୁ ରଙ୍ଗକୁ ଉଡେଇ ନେଇଛି ମଳୟ ପବନ ସାଥିରେ ।


ଜଗନ୍ନାଥଙ୍କ ରଥ ମା ମହାଲକ୍ଷ୍ମୀଙ୍କ କ୍ରୋଧରେ ଜର୍ଜରିତ ।

ବସନ୍ତ ତାକୁ ସ୍ପର୍ଶ କରି ପାରିବ ନାହିଁ।

ସେଠି କେବଳ ଆଷାଢି ବର୍ଷା ପରେ ଅସହ୍ୟ ଗୁଳୁଗୁଳି ଗ୍ରୀଷ୍ମର ତାତି ।


ବସନ୍ତ ତ' ଚିର ଦିନ ମଳୟର ସାଥୀ.....

ମଳୟ ଯୁଆଡ଼େ ବସନ୍ତ ସିଆଡେ....!!

ବର୍ତ୍ତମାନ ନିୟତିର ଚକ୍ରାନ୍ତରେ ପରିଚାଳିତ


କିନ୍ତୁ ! ଫେରିବୁ ତ' ନିଶ୍ଚୟ.....

ସେତେବେଳେ ଉପଭୋଗ କରିବା ପାଇଁ ଜୀବନ ନଥିବ 

ଥିବ କେବଳ ଯନ୍ତ୍ରଣା ।

ଆଃ.......

ଭୀଷଣ ଯନ୍ତ୍ରଣା ପ୍ରଚଣ୍ଡ ରୌଦ୍ରତାପରେ ପ୍ରତିଟି ସ୍ପନ୍ଦନରେ ..


କୋହ ଭରା ଦୀର୍ଘଶ୍ଵାସ !

ଆଃ..........!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract