STORYMIRROR

Debabrata Mishra

Abstract Inspirational

3  

Debabrata Mishra

Abstract Inspirational

ମୁଁ ଏକ

ମୁଁ ଏକ

1 min
208

ମୁଁ ଏକ......

ଭାଙ୍ଗିଯାଇଥିବା ଆଶା

ଅହଂଭରା ସମୁଦ୍ର ମୁଖରେ ଦିଶୁଥିବା ଭାଷା

ଅମାବାସ୍ଯାରେ ଭୀଷଣ ଗର୍ଜୁଥିବା ଭୟଙ୍କର ନିଶା,

ମୁଁ ଏକ......

ଅବ୍ୟକ୍ତ ଜୀବନର ବ୍ୟକ୍ତ ପରିଭାଷା

ଚାଷଜମିରେ ଆରାମ କରୁଥିବା ଅଳସୁଆ ଚଷା

କଳାମେଘରେ ପ୍ଲାବିତ କଳଙ୍କିତ ସୂର୍ଯ୍ୟହୀନ ଉଷା,

ମୁଁ ଏକ......

ଉନ୍ମତ୍ତ ହୋଇଯାଇଥିବା ଉନ୍ମୁକ୍ତ ଜୀବ

ନିଜେନିଜକୁ ମାରିପାରୁଥିବା କଠୋର ସ୍ୱଭାବ

ଦୁର୍ଗନ୍ଧ ପଙ୍କ ବୋଳିହୋଇ ପାଳିତ ହେଉଥିବା ପରବ,

ମୁଁ ଏକ......

ବ୍ୟବହାର ନହେଉଥିବା ଦରବ

ଶେଷ ପରେ ହେଉଥିବା ମୂଲ୍ଯହୀନ ଆରମ୍ଭ

ସତ୍ୟ ମାୟା ମୋହଭରା ଜୀବନର ମିଛ ପ୍ରତିବିମ୍ବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract