STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଘଟେ ଘଟେ ଜଗନ୍ନାଥ

ଘଟେ ଘଟେ ଜଗନ୍ନାଥ

1 min
210


ନାମ ଦୟାନିଧି ଜଗତେ ବିଦିତ

ଭକ୍ତ ପାଶେ କୃପାସିନ୍ଧୁ,

ନୁହେଁ କେହୁ ଜଣେ ସହିବା ପଣରେ 

ସହିବାରେ ଦୀନବନ୍ଧୁ।୧।        


ମର୍ତ୍ତ୍ୟବାସୀଙ୍କର ଆରାଧ୍ୟ ଦେବତା

ଦିଶୁ ଥାଉ ନେତ୍ରେ ତାଙ୍କ, 

ଲୀଳା ଶ୍ରୀକ୍ଷେତ୍ରର ଭକ୍ତ ହିଁ ଦେଖନ୍ତି

ନ ରୁହେଇ ଦୁଃଖ ତାଙ୍କ।୨।


କୃଷ୍ଣ ରୂପେ ତୁମେ ବୀର ଅର୍ଜୁନକୁ

ଦେଲ ଧର୍ମ କର୍ମ ଜ୍ଞାନ,

ସେହୁ ଜ୍ଞାନ ହେଲା ମର୍ତ୍ତ୍ୟବାସୀ ପାଇଁ

ଜୀବନ ଆଧର ଜ୍ଞାନ।୩।


ଶେଷ କରି ପ୍ରଭୁ କୃଷ୍ଣ ଲୀଳା ତୋର

ମର୍ତ୍ତୈ ହେଲୁ ଅବତାର,

କଲକୀ ରୂପରେ ବିକ୍ଷ୍ୟାତ ଜଗତ

ଅବତାର ନିରାକାର।୪।


ନ ଦିଶେଟି ରୂପ ଆକର ହିଁ ନାହିଁ

ଜନ୍ମ ନୂହେ କାର ଘରେ,

ଆତ୍ମାରେ ରହିଲୁ ପର୍ମତ୍ମା ରୂପରେ

ଜ୍ଞାନୀ ହିଁ ବୁଝିଲା ତାରେ।୫।


ଘୋଷି ତବ ନାମ ଆସେଟି ଭକତି

କୃଷ୍ଣ ରାମ ଜଗନ୍ନାଥ,

କୁ ବିଚାର ମନୁ ଦୂର ହୋଇ ଯାଏ

ସୁକର୍ମର ହୁଏ ପଥ।୬।


ଜ୍ଞାନୀ ହିଁ ବୁଝନ୍ତି ତହରି ମହିମା

ଭକ୍ତି କରୁ ଥାନ୍ତି ନିତି,

ସତ୍ୟପଥେ ରହି ଜ୍ଞାନ ଦେଉଥାନ୍ତି

ନ ରଖନ୍ତି ମନେ ଭିତି।୭।


ଭକତି ଆସିଲେ ଲଭଇ ମୁକତି

ଅନ୍ତକାଳେ ତବ ନାମ

ଭକ୍ତିର ଠାକୁର ପ୍ରଭୁ ଜଗନ୍ନାଥ

ସେହୁ କୃଷ୍ଣ ସେହୁ ରାମ।୮।


ସଖା ବନ୍ଧୁ ତୁମେ ପ୍ରଭୁ ଜଗନ୍ନାଥ

ଜଗତ ଭିଆଣ ତୁମ,

ଜଗତର ବନ୍ଧୁ ଭକତ ଜୀବନ

ଶଙ୍ଖ ଚକ୍ର ଚିହ୍ନ ତୁମ।୯।


ନାମ ଦୟାନିଧି ଜଗତେ ବିଦିତ

ଭକ୍ତ ପାଶେ କୃପାସିନ୍ଧୁ,

ନୁହେଁ କେହୁ ଜଣେ ସହିବା ପଣରେ

ସହିବାରେ ଦୀନବନ୍ଧୁ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract