STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ବାହୁଡା ଯାତ୍ରା

ବାହୁଡା ଯାତ୍ରା

1 min
233


ପ୍ରସିଦ୍ଧ ଏ ଯାତ୍ରା ବ୍ୟାପ୍ତ ବିଶ୍ବବ୍ୟାପି


ମହାପ୍ରଭୁଙ୍କର ଯାତ୍ରା


ମାଉସୀ ଘରକୁ ଯାଇ ଥିଲେ ପ୍ରଭୁ


ଲୀଳାମୟଙ୍କର ଯାତ୍ରା।


ଭାଇ ଭଉଣୀଙ୍କୁ ଘେନି ମହାପ୍ରଭୁ


ଜନ୍ମସ୍ଥଳୀକୁ ଗମନ,


ସହଧର୍ମିଣୀଙ୍କୁ ଛାଡି ବିପଦଭଞ୍ଜନ


ମାଉସୀ ଘରେ ଗମନ।୨।


ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଟାଣି ଥିଲେ ରଥ


ଗୁଞ୍ଜୁ ଥିଲା ପ୍ରଭୁ ନାମ,


ଭକ୍ତଙ୍କ ଦର୍ଶନ ପାଇଁ ସମାଗମ


ଭକ୍ତ ମୁଖେ ଗୁଞ୍ଜେ ନାମ।୩।


ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପେ


ବସି ଥିଲେ ଜନାର୍ଦ୍ଦନ,


କିଛି ଦିନ ରହି ଗୁଣ୍ଡିଚା ମନ୍ଦିରେ


ଆଜି ବାହୁଡାର ଦିନ।୪।


ଲକ୍ଷ୍ମୀ ରାଗ କଥା ମନରେ ରହିଛି


ହେରା ପଞ୍ଚମୀର ଦିନ,


ରଥ ଚକ ଲକ୍ଷ୍ମୀ ଭାଙ୍ଗି ଥିଲେ ତାଙ୍କ


ମନେ ଅଛି ସେହୁ ଦିନ।୫।


ସୁସଜ୍ଜିତ ହୋଇ ରତ୍ନ ଅଳଙ୍କାରେ


ବସି ରତ୍ନ ସିଂହାସନେ 


ଆସିବେଟି ପ୍ରଭୁ ଶ୍ରୀମନ୍ଦିର ଆଜି


ଆତୁରିତ ଲକ୍ଷ୍ମୀ ମନେ।୬।


ଦୀର୍ଘ ଦିନ ରାଗ ବିୟୋଗକୁ ଭୁଲି


ସୁସଜ୍ଜିତ ମାତା ଆଜି,


ଜଗତ ଠାକୁର ମନ୍ଦିର ଆସିବେ


ମନରେ ଆନନ୍ଦ ଆଜି।୭।


ଚହଳଗହଳ ବଡ଼ଦାଣ୍ଡ ଆଜି


ବାହୁଡା ଯାତ୍ରାରେ ଆଜି,


ଭକ୍ତ ଟାଣୁ ଥିବେ ନନ୍ଦିଘୋଷ ରଥ


ମନରେ ଉତ୍ସାହ ଆଜି।୮।


ବଡ଼ଦେଉଳରେ ପ୍ରଭୁ ନାମ ଗୁଞ୍ଜେ


ଶଙ୍ଖ ଧ୍ବନି ହୁଳହୁଳି,


ଭକ୍ତମନ ଆଜି ଭକ୍ତିପୂର୍ଣ୍ଣ ହୁଏ


ମୃଦଙ୍ଗ ଓ କରତାଳି।୯।


ନୂଆ କଳେବର କର ଜଗନ୍ନାଥ


ଆତ୍ମନିର୍ଭର ର ଦେଶ,


ଦେଶ ଶତ୍ରୁମାନେ ବିନାଶ ହୁଅନ୍ତୁ


ହେଉ ବିଶ୍ୱାସର ଦେଶ।୧୦।


ସତ୍ୟବାନ ହେଉ ପବିତ୍ର ଭାରତ


ଧର୍ମପଥଗାମୀ ହେଉ,


ନିସ୍ବାର୍ଥର ସେବା ଆବିର୍ଭୁତ ହେଉ


ଦେଶର ମଙ୍ଗଳ ହେଉ।୧୧।


ପ୍ରସିଦ୍ଧ ଏ ଯାତ୍ରା ବ୍ୟାପ୍ତ ବିଶ୍ବବ୍ୟାପି


ମହାପ୍ରଭୁଙ୍କର ଯାତ୍ରା,


ମାଉସୀ ଘରକୁ ଯାଇ ଥିଲେ ପ୍ରଭୁ


ଲୀଳାମୟଙ୍କର ଯାତ୍ରା।୧୨।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract