STORYMIRROR

Parbati Pradhan

Abstract Inspirational Others

3  

Parbati Pradhan

Abstract Inspirational Others

ଝିଅ

ଝିଅ

1 min
257

ପରିଣିତ ବୟସର ପକ୍ଷୀ ଟିଏ ସେତ

ଉଡିବାକୁ ଲାଗେ ତାକୁ ଡର

ଲଜ୍ୟା, ଭୟଭୀତ ଆକାଶର ସେ

ସେ ଅନୁଭବୀ ହୋଇ

ଖୋଜିବୁଲେ ନିଜର ଅସ୍ତିତ୍ବ

ଯୌବନ ବୟସଟା କାଳ ସାଜିଛିଯେ

ଡେଣା ଛାଟି ଉଡ଼ିପାରୁନାହିଁ

କାଳ କଳଙ୍କର କାଳ ବାଦଲ

ଘୋଟି ଆସିବ.......

ବିଜୁଳିର ଚମକରେ ଚମକି ପଡିବ

ଚିପି ହୋଇ ରହିଯାଇଛି ସେ

ସମାଜର ଆବଦ୍ଧ କାନ୍ଥ ଭିତରେ

ସେ ଏକ ଭୟଭୀତ ପକ୍ଷୀ ଟିଏ

ଲୁହ ତାର ଅଗଭୀର ସମୁଦ୍ରର ଢ଼େଉ

ଭୟଭୀତ ସାଜିଛି ତା ପାଇଁ

ଏ ଚମତ୍କାର ରୂପ

ଅଭିଶପ୍ତ ସାଜିଛି ପୁଣି ତା'ର ବୟସ

ଲୁଚାଇ ଦେଇଛି ତା'ର ଓଠର ହସ

ମରି ମରି ବଞ୍ଚିଛି ଜୀବନର ପ୍ରତି ମୂହୁର୍ତ୍ତ

ତଥାପି ସେ ଉଡିବା ପାଇଁ ଅତୃପ୍ତ

କିନ୍ତୁ ଏ କୁକୁର ରୂପି ମଣିଷ......

ଅନାଇ ରହିଛି ଡିମଡିମ ଆଖିରେ

ଆଉ ବିକଟାଳ ସ୍ୱରରେ କରିଦେଇଛି ଭୟଭୀତ

ତଥାପି ସେ ଥକି ପଡିନି

ଜୀବନର ରାସ୍ତା.....

ଉଠିଛି ସେ ନିଜପାଦରେ ନିଜେ ଚାଲିଛି

ନିଜ ପଥ ନିଜ ପାଇଁ ପ୍ରସ୍ତୁତ କରିଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract