ବିରହୀଣି ରାଧେ
ବିରହୀଣି ରାଧେ
ବିରହିଣୀ ରାଧାରାଣୀ ସଞ୍ଜ ନଇଁ ଗଲାଣି
କାହିଁ ଝୁରୁ କଳା କାହ୍ନୁ
ମଥୁରା ସେ ଗଲେଣି ।
ଆଉସେ ମଧୁର ସ୍ଵନ କୁଞ୍ଜ ବନେ ବାଜେନି
କଦମ୍ବେ ନଫୁଟେ ପୁଷ୍ପ
ବାସ ଆଉ ଛୁଟେନି ।
ସୁଖନାହିଁ ସକ୍ଷୀ ମେଳେ ଯେଆନନ୍ଦ କୃଷ୍ଣ କୋଳେ
ବିଶାଖା ଲଳିତା ବୋଲେ
ତେଜିଲେ ମୋହନ ଛଳେ ।
କୂଳବଧୂ ଧର୍ମ ଭୁଲି ବନେ ଗମୁଥିଲି ବୋଲି
ନିନ୍ଦା ଆଉ ଅପଯଶ
କାଳିମା ଅଙ୍ଗେ ବୋଳି
ବିରହ ବେଦନେ ତନୁ କ୍ଷୀଣ ହୁଏ ପ୍ରତିକ୍ଷଣେ
ଶୀତଳ ପରସ ତଵ
ଲଭିବିକି ଏହି ପ୍ରାଣେ ।
ଆରତ ଘେନହେ ରାଧାମୋହନ କାହିଁକି କରିଛ ମାନ
ଲେଉଟି ଆସ ଏଲଗ୍ନେ
ହସି ଉଠୁ ମଧୁବନ ।
