STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ଇ - ଔଷଧ

ଇ - ଔଷଧ

1 min
176

       


ନିଦରେ ଆଖି ମୁଦି ହେଇ ଯାଉଥିଲା

ମୋବାଇଲ୍ ସ୍ଵରରେ ଜାଗ୍ରତ ହେବାକୁ ହେଲା

ସେପଟୁ କହୁଥିବାର ଶୁଣା ଯାଉଛି

ଛୋଟ ପିଲା,ନରମ ଗଳାରେ

ନିଜର ଯତ୍ନ ନିଅ

ଠିକ୍ ସମୟରେ ଔଷଧ ଖାଅ

ଏବେ ତ ସମୟ ,ଔଷଧ ଖାଇଲା ନା ନାହିଁ !!


ହସ ଲାଗୁଛି,ଦରୋଟି କଥାରେ ହସ

ଦୂରରେ ଥାଇ ବି ପ୍ରେମର ଭାବନା

ସମ୍ପର୍କର ସୂତା ଖିଅ ଅକ୍ଷୁର୍ଣ୍ଣ।


ଆଜିକାଲି ଅନଲାଇନ୍ ରେ ସବୁକିଛି

ଘର ସାମଗ୍ରୀ ଠୁ ଔଷଧ

ସବୁ ଉପଲବ୍ଧ,ସବୁ ହାତ ପାଆନ୍ତା ରେ

ଭିଡ଼ିଓ କଲ୍ ରେ ଦୂରରେ ଥାଇ ବି ଦେଖା

ଦୂରରେ ଥାଇ ବି ଭଲ ମନ୍ଦର ଜିଜ୍ଞାସା ।


ସପ୍ତାହରେ ଥରେ ସୁଯୋଗ ଥିଲା

ଘର ଲୋକ ଓ ସମ୍ପର୍କୀୟ ସହ ମିଶିବା

ବେଶି ହେଲେ ଟେଲିଫୋନରେ କଥା

ମନ କଥାର ମାଧ୍ୟମ ଥିଲା,ଚିଠି

ନିଜକୁ ହିଁ ଯୋଗାଡ କରିବା କାମ

ହେଉ ଘର ସାମଗ୍ରୀ ଅବା ଔଷଧ।


ଦୃଶ୍ୟରେ ପରିବର୍ତ୍ତନ

ଇ - ଦ୍ଵାରା ମୁହାଁ ମୁହିଁ, ଭାବ ଦିଆନିଆ

ଘରେ ବସି, ଅନଲାଇନରେ

ଇଣ୍ଟରନେଟର ଆପ୍ ହିଁ ସବୁ କରୁଛି

ଗ୍ଲାସ ଭର୍ତ୍ତି ପାଣି ସହିତ ଔଷଧ ଖୁଆଉଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract