STORYMIRROR

Dr Baman Chandra Dixit

Abstract

3  

Dr Baman Chandra Dixit

Abstract

ନିରୁତ୍ତର ତଥାପି

ନିରୁତ୍ତର ତଥାପି

1 min
159


ଜୀବନର କେତେ ପ୍ରଶ୍ନ 

       ଉତ୍ତର ବି ଜଣାଶୁଣା 

             ନିରୁତ୍ତର ତଥାପି ରହିଛି

କହିବି ପାରୁନି ଖୋଲି

      ତୁମେ ପଚାରୁଛ ବୋଲି

            କିଛି କଥା ଅକୁହା ରଖିଛି।।

ଜାଣି ଅଜଣା ହେବାର

       ନିଆରା ପଣ ତୁମର

             ତୁମକୁ ଜଣା ତୁମର ଠାଣି

ସତ କହିଦେବି ଯଦି

      ତୁଛାକୁ ଅପ୍ରିୟ ହେବି

            ନିରୁତ୍ତର ତେଣୁ ଜାଣିଜାଣି।।

ଆହତ ହୃଦ ବେଦନା

       ଆରତ ବିଳାପ ସିନା

            କହି ହୁଏ ନିଜ ଲୋକ ପାଶେ

ନିଜଲୋକ ଯଦି ପର

      ହୋଇ କରେ ହତାଦର

           ଛାତିରୁ ବି ଲୁହ ଝରିଆସେ ।।

ଘନୀଭୂତ ବାଷ୍ପ ଯେବେ

      ମେଘ ହୋଇ ମେଳା ବାନ୍ଧେ

           ରୁନ୍ଧି ଯାଏ ଛାତି ଆକାଶ ର 

ଜହ୍ନ ଯାଏ ଲୁଚିଲୁଚି

      ତାରା ଯାଏ ଘୁଞ୍ଚି ଘୁଞ୍ଚି

          ସାୟନ୍ତନୀ ନୟନେ ବି ନିର।।

ଯେତେ ସବୁ ପ୍ରଶ୍ନ ଚିହ୍ନ

     ଖୋଜିଲେ ବି ସମାଧାନ

          ଅଡ଼ୁଆ ସୂତାର ଖିଅ ପରି

ଗୁଡେଇ ଗୁଡେଇ ଯାଏ

      କେବେ କେବେ ଛିଡିଯାଏ

          ଯୋଡ଼ିବାର ଇଚ୍ଛା ଯାଏ ମରି।।

ନିରୁତ୍ତର ରହିବାର 

      ଅଭିପ୍ରାୟ ନାହିଁ ମୋର

           ପ୍ରଶ୍ନ ବି ପ୍ରଶ୍ନ ସମାନ ହେଉ

କହିବା ଶୁଣିବା ଥାଉ

      ଆଦାନ ପ୍ରଦାନ ରହୁ

           ଉତ୍ତରର ପ୍ରୟୋଜନ ନୋହୁ।।


      

     

    

      



            

      

     

             

             




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract