STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ଯୁବକଙ୍କୁ ଆହ୍ବାନ

ଯୁବକଙ୍କୁ ଆହ୍ବାନ

1 min
134


ଯୁବକ ମାନେ ଦେଶର ଭବିଷ୍ୟତ

ସେମାନଙ୍କୁ ବାଧା ଦିଆ ନ ଯାଉ

ସବୁ ବାଧା ବିଘ୍ନ ଦୂର ହୋଇଯିବ

ଆଜି ନ ହେଲେ କାଲି

ଯୁବକଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରାଯାଉ।


ଯୁବକ ବର୍ଗ ,

ପଛକୁ ନୁହେଁ ,ଆଗକୁ ଦେଖ

କାମରେ ଆଗେଇ ଚାଲ

ଯୁବକ ସୁଲଭ ବଜାୟ ରହୁ।


ରାସ୍ତା ହୁଏତ ବହୁତ କଠିନ

ହାତକୁ ହାତ,କାନ୍ଧରେ କାନ୍ଧ ମିଶାଅ 

ଏକ ଶୃଙ୍ଖଳା ତିଆରି ହେଉ ।


ନୂଆ ନୂଆ

ତୁମ ସହ ରାସ୍ତାରେ କେହି ଦେଖା ଯିବେନି

ରାସ୍ତା ପାଇଁ ବିବ୍ରତ ହୁଅନି

ଅପେକ୍ଷା ବି ଅନାବଶ୍ୟକ।


ଏକୁଟିଆ ଚାଲ

ଯୁବକ ହୋଇ ଅଟକି ଯାଅନି ।


ଖେଳି ଖେଳି ,ଖେଳରେ ଖେଳରେ

ସମୁଦ୍ରକୁ ପାରି ହୁଅ

ଆକାଶକୁ ଚୁମ୍ବନ ଦିଅ

ଉଚ୍ଚକୁ ଉଚ୍ଚକୁ ଉଠିବାର ଶିଖ।


ଆକାଶ ଆରପଟେ 

ନୂତନ ଦୁନିଆର ଆବିଷ୍କାର କର

ତୁମେ ଅଟକି ନ ଯାଇ,ଆଗେଇ ଚାଲ।


ହାତ ମୁଠାରେ ଶକ୍ତି ସଞ୍ଚୟ କର

ଅକାରଣ ରେ ନିଜକୁ ଜଳାଅ ନାହିଁ

ସୂର୍ଯ୍ୟ ର ଆଲୋକରେ ତେଜୀୟାନ ହୁଅ।


ଦୀପ ପରି ବଞ୍ଚିବା ଶିଖ

ନିଜେ ଜଳି ଅନ୍ୟକୁ ଆଲୋକ ଦେଖାଅ

କାହାକୁ ଅପେକ୍ଷା ନାହିଁ

ପାଖରେ ଥିବା ଅନ୍ଧାରକୁ ହଟାଅ।


ଯୁଦ୍ଧ ତୂରୀ ଶୁଣି ପ୍ରସ୍ତୁତ ହୁଅ

ମନୋବଳ ମଜବୁତ୍ କର

ବିଜୟ ପରାଜୟ ଲାଗି ରହିବ

ଖେଳ ଚାଲୁ ରହୁ

ପରାଜୟ କୁ ଭୟ କର ନାହିଁ।


ପରାଜୟ କୁ ଡରିବାର ନାହିଁ

ଥକିବା ଓ ନଇଁବା , ଠିକ୍ ନୁହେଁ

ନିଜକୁ ବାହୁବଳୀ ଭାବେ ପ୍ରସ୍ତୁତ କର।


ଯୁବକର ଲକ୍ଷ୍ୟ ଜିତିବା

ଯୁବକ ଯଦି, ଅଟକ ନାହିଁ

ତୁମ କାନ୍ଧରେ ଦେଶର ଭାର ବହନ କର।


ନୂତନ ସୃଷ୍ଟି ପାଇଁ

ଭିତ୍ତିପ୍ରସ୍ତର ସ୍ଥାପନ କର

ନୂତନ ସୃଷ୍ଟି କର

ଯୁବକ ହିଁ ନୂତନ ସୃଷ୍ଟିର ଦାୟାଦ।


ଯୁବକ ତୁମେ

କାହା ପାଇଁ ଅପେକ୍ଷା ନାହିଁ

କେହି ସାଥୀ ନ ହେଉ

ତଥାପି, ଯୁବକ ତୁମେ

ଅଟକ ନାହିଁ,ଅଟକ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract