ଲାଗେ ଭାରି ଭଲଲାଗେ
ଲାଗେ ଭାରି ଭଲଲାଗେ
ମୃତ୍ୟୁ ମୋତେରେ
ଦେଇଛି ଜୀବନ
ଜୀବନ ଦେଇଛି ମୃତ୍ୟୁ,
ସେ ପଥରେ କେତେ
ଦେଖିଅଛି ପୁଣି
ହର୍ଷ-ବିଷାଦ ଋତୁ ।।
ଭେଟି ଅଛି ପୁଣି
ତାରକା ମେଳରେ
ଚ଼ାନ୍ଦ ଉଆଁର ବେଳା,
ସ୍ବପ୍ନ-ସାଗରେ
ଭସାଇଛି ପୁଣି
ଜୀବନର-ଫୁଲଭେଳା ।।
ଅମାବାସ୍ୟାର
ଅନ୍ଧାର ପୁଣି
ଭେଟି ଅଛି ବେଳେବେଳେ,
ରକ୍ତାକ୍ତ କେବେ
ହୋଇଅଛି ପୁଣି
ଦିଶା ହୀନ ସ୍ବପ୍ନରେ ।।
ଜନ୍ମ-ମୃତ୍ୟୁ ର
ଏଇ ଖେଳ ମୋତେ
ଲାଗେ ଭାରି ଭଲ ଲାଗେ,
ସତ୍ୟର ଏଇ
ଚ଼କ୍ର ବ୍ୟୁହରେ
ଅନୁସନ୍ଧିତ୍ସା ଛାଡ଼େ ।।
