STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

କାଉଡ଼ିଆ ପାଣି

କାଉଡ଼ିଆ ପାଣି

1 min
121


ମନସ୍କାମନା ପୂରଣ ହୋଇଛି

ମନାସି ଥିଲି ମନରେ,କାଉଡ଼ିଆ ବେଶ

ପ୍ରଭୁଙ୍କ ପାଖକୁ କାଉଡ଼ିଆ ପାଣି

ଶ୍ରାବଣର ଅମୃତ ଧାରା

ପ୍ରଭୁଙ୍କୁ କରି ସମର୍ପଣ,ପଶିବି ଶରଣ।


ଏକୁଟିଆ ହିଁ ଯିବି

କାଉଡିଆଙ୍କ ଗହଳି ଭିତରେ ନୁହଁ

ଅଯଥା କୋଳାହଳ, ଉପର ଠାଉରିଆ 

ଲୋକ ଦେଖଣିଆ ନାଚ ଗୀତ

ଭକ୍ତି ଆଢ଼ୁଆଳେ ଅଯଥା ଗହଳି।


ମନରେ ଭକ୍ତି ଭାବର ପାଣି

ସେଇ ହିଁ କାଉଡ଼ିଆ ପାଣି

ମନର ଭକ୍ତି ହିଁ ଶ୍ରାବଣର କାଉଡ଼ିଆ ପାଣି

ସେଇ ଭାବ ଭରା ପାଣି ହିଁ,କାଉଡ଼ିଆ ପାଣି

ଶ୍ରାବଣ ମାସରେ 

ମନ ଓ ହୃଦୟକୁ ସମର୍ପଣ ହିଁ ,କାଉଡ଼ିଆ ପାଣି।


ଆଉ ଡେରି ନାହିଁ

ମୌସୁମୀ ଆସିଛି ଶ୍ରାବଣୀ ରୂପରେ

ବର୍ଷାର ଛିଟା ବି ପଡ଼ିଲାଣି

କେହି ଆସୁ କି ନ ଆସୁ

ଏକୁଟିଆ ହିଁ ଯିବାକୁ ହେବ

ସମର୍ପି ଦେବି ମୋ ଭାବର କାଉଡ଼ିଆ ପାଣି।



Rate this content
Log in

Similar oriya poem from Abstract