STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ନା ନା ନା

ନା ନା ନା

1 min
159

     

ସବୁ କଥାରେ ହଁ

ନା ନା ନା, ନିଜକୁ ମଞ୍ଜୁର ନୁହଁ।


ମନ ସମ୍ପୂର୍ଣ୍ଣ ଚେଷ୍ଟା କରେ

କେବେ କେବେ ବିଦ୍ରୋହ କରିବାକୁ

ହୃଦୟ ଆବାଜ ଦିଏ

କେବଳ ନିଜକୁ ଶୁଣିବାକୁ।


ଉତ୍ତମତାର ବନ୍ଧନ ଖୋଲି ଯାଉ

ଯାହା ଭାବ,ଯାହା ଵୁଝ

ଅଭିମାନ ନାହିଁ

ବନ୍ଧନ ମୁକ୍ତିର ଆନନ୍ଦ ମିଳୁ।


ସଭିଙ୍କୁ ଖୁସି କରିବା ଦାୟିତ୍ବ ନିଜର

ମନ ନିଜର ଇଚ୍ଛା ନିଜର

କ୍ରୋଧ ଅପାରଗତା ବି ନିଜର।


ଏଇଠି ଏତେ ଲୋକ ସଭିଏଁ ପସନ୍ଦ

ନିଜେ କାହାକୁ ପସନ୍ଦ

କାହା ନଜରରେ ପସନ୍ଦ

ସେଥି ପ୍ରତି ଧ୍ୟାନ ବି ନିଜର।


ଆଉ ଆବଶ୍ୟକ ନାହିଁ

ଭଲ ମଣିଷ ହେବାକୁ

ଆଦର ଅଧିକାର ପାଇବାକୁ

ସମ୍ମାନର ସହିତ ନିଜର ଘୋଷଣା

ନା ନା ନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract