STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ପ୍ରଶ୍ନ ଦର୍ପଣ ଭିତରେ

ପ୍ରଶ୍ନ ଦର୍ପଣ ଭିତରେ

1 min
155

    

   


ଡ୍ରାଇଭର କହୁଛି, ଯା ' ଦେଖିଛି

ତା ' ସାମନା ଦର୍ପଣ ଭିତରେ

ଯା' ଶୁଣିଛି, ପଛ ପଟ ଯାତ୍ରୀଙ୍କ ମୁହଁରେ

କାହାକୁ ପଚାରିବ ପ୍ରଶ୍ନ,ଦର୍ପଣରେ କଣ ଦିଶୁଛି।


ପଛ ପଟେ ଯାତ୍ରୀଙ୍କ ଗହଳ

ସତ ମିଛ କଥାର କଲ୍ଲୋଳ

ଘର କଥା, ପର କଥା

ସରକାର ପୁଣି ବିପକ୍ଷ ଦଳର କଥା

ଶୁଣି ଶୁଣି ଉତ୍ତର ପାଉଛି,ମନ ଭିତର ପ୍ରଶ୍ନର।


ଦର୍ପଣରେ ଦେଖେ

ପଛ ପଟୁ ଆସୁଥିବା ଯାନ ଓ ବାହiନ

ତୀକ୍ଷଣ ଦୃଷ୍ଟି ସହ ସତର୍କ ନୟନ

ଦୂରେ ରହି ବିପଦ ରେଖାରୁ

ଯାତ୍ରୀ ଘେନି ଯାଏ ଗନ୍ତବ୍ୟ ସ୍ଥଳକୁ

ପ୍ରଶ୍ନ କିଏ ଯାହା ବା କରୁ,ଲକ୍ଷ୍ୟ ଗନ୍ତବ୍ୟ ସ୍ଥଳ।


ସମ୍ମୂଖରୁ ଦେଖେ , ଯାନ ବାହାନଙ୍କ ରୂପ

ଜଣାଇ ସ୍ବାଗତ

ଠିକ୍ ପଥେ ପଥେ ଯାତ୍ରା

ସମ୍ପୂର୍ଣ୍ଣ ବିପଦ ମୁକ୍ତ

ପ୍ରଶ୍ନ ନ ଥାଇ ବି ଉତ୍ତର ,ଠିକ୍ ଯାତ୍ରା 

ଠିକ୍ ସମୟ ରେ ଯାତ୍ରା,ଆଉ ପ୍ରଶ୍ନ ନାହିଁ।


ଦେଖେ ଯେତେ ଛବି

ଶୁଣେ ଯେତେ ଶବ୍ଦ

ନୂତନ ନୂତନ ଦିନୁ ପ୍ରତିଦିନ

ନିଜ ପ୍ରଶ୍ନ ନିଜ ଭିତରେ।


ଡ୍ରାଇଭର ର ଜୀବନ ଦର୍ପଣ ଭିତରେ

ବ୍ୟସ୍ତ ତା ' ସମ୍ମୂଖ ଦର୍ପଣ

ବ୍ୟସ୍ତ ନୟନ ଯୁଗଳ,

ବ୍ୟସ୍ତ ଅବୟବ ଆଉ ବ୍ୟସ୍ତ ଚାରି ଚକ 

ପ୍ରଶ୍ନ କଥା ପରେ,ଆଗ ବ୍ୟସ୍ତ-ମୟ ଯାତ୍ରା।


ସବୁ କିଛି ମନେ ରହେ ନାହିଁ

ପଛ ପଟ ଯାତ୍ରୀଙ୍କ କଥନ

ଭୁଲି ଯାଏ ଅସରନ୍ତି ଦୃଶ୍ୟ

ହେଲେ କାନ ଡେରି ଥାଏ

ଆଗ ପଛ ଦି ' ପଟର ଶବ୍ଦ

ମନରେ ଯାହା ବି ପ୍ରଶ୍ନ ଥାଉ

ସଚେତନ ସହିତ ଯାତ୍ରା।


ଡ୍ରାଇଭର କଥା କିଏ ବା ଭାବୁଛି

ସରିଗଲେ ଯାତ୍ରା,ଯିଏ ଯା ' ରାସ୍ତାରେ

ତା ' ମୁହଁ କିଏ ବା ଦେଖୁଛି

ଦରକାର ଯାହା ଗାଡ଼ି ନାଁ ଓ ନମ୍ବର

ଡ୍ରାଇଭର ର ଦୁଃଖ,କିଏ ବା ଶୁଣିଛି

ଫେରି ଆସେ ପ୍ରତିଧ୍ଵନି ରୁପେ

ସମ୍ମୁଖରୁ କିମ୍ବା ପଶ୍ଚାଦ୍- ଭାଗରୁ

ପ୍ରଶ୍ନ ବି ଚାପି ହେଉଛି ଯାତ୍ରୀ ଗହଳି ରେ।


ଡ୍ରାଇଭର କେବଳ ଦେଖିଛି:ଦେଖୁଛି

ମନ ଦେଇ ଶୁଣିଛି: ଶୁଣୁଛି 

ଭାରାମୁକ୍ତ ହେଲେ

ବେଳେ ବେଳେ ଅଳପ କହିଛି: କହୁଛି

ପ୍ରଶ୍ନ ପଚାରିବାକୁ ସମୟ କାହିଁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract