STORYMIRROR

Santosh Kumar Sahoo

Abstract

3  

Santosh Kumar Sahoo

Abstract

ଦୃଷ୍ଟିକୋଣ

ଦୃଷ୍ଟିକୋଣ

1 min
169


ହେ ସିଦ୍ଧାର୍ଥ ଖାଲି ତୁମେ କାହିଁକି

ଏ ସଂସାରର ସମସ୍ତେ ଚିନ୍ତିତ

ରୋଗ,ଶୋକ, ବାର୍ଦ୍ଧକ୍ୟକୁ ଦେଖି

କିନ୍ତୁ ଏତକି ଫରକ୍

ତୁମ ଦୃଷ୍ଟିକୋଣ ରେ ଭିନ୍ନତା 

ତୁମେ ସଂସାରର ଦୁଃଖ କୁ ନିଜେ

ପିଇ ଯାଉଥିଲ

ଦିନ ନାହିଁ ରାତି ନାହିଁ

ଭାବନାରେ ବୁଡିଯାଉଥିଲ |


ସେଦିନ ତୁମେ ଶବଟିଏ ଦେଖି

ପଚାରିଥିଲ ନା ପ୍ରଶ୍ନ

ବୃଦ୍ଧ ଜରାବସ୍ଥା

କରିଥଲା ତୁମକୁ ବ୍ୟତିବ୍ୟସ୍ତ 

ହେଲେ ଆଜିର ସମାଜ

ରକ୍ତର ଆୟୁଷ ପାଇଁ ବିଚଳିତ

ଆଉ କହେ

ଏ ସବୁତ ସମୟର ଖେଳ

ସମୟ ଆସିଲେ ବାନ୍ଧିନେବ କାଳ

ଯେତେ ଦିନ ବଞ୍ଚିବା

ସୁଖରେ ବଞ୍ଚିବା

ଭୋଗର ମଦିରା ପିଇ

ସଂଚୁଥିବା କାଳ କାଳ

ଏ ସବୁ ମାୟାର ପରଳ |


ହେଲେ ତୁମେ

ଭୋଗ ପ୍ରାଚୁର୍ଯ୍ୟ ଭିତରେ ଥାଇ

କାମନା ବାସନା ତ୍ୟାଗ କରି

ତେଜିଲ ପ୍ରାସାଦ, ପରିବାର

ନୂତନ ଜ୍ଞାନ ପାଇଁ

କଲ,ଅନନ୍ୟ ସାଧନା

ଶେଷରେ ବାଢିଦେଲ

ସାଧନାର ନିର୍ଯ୍ୟାସ 

ଅମୁଲ୍ୟ ରତନ 

ଜୀବନ ଦୁଃଖପୂର୍ଣ୍ଣ

ଦୁଃଖର କାରଣ ଆଶା

ଆଶାର ବିନାଶରେ ଦୁଃଖର ବିନାଶ |

ମଣିଷର ମୋକ୍ଷ ଥିଲା ତୁମ ଜୀବନର 

ସର୍ବଶ୍ରେଷ୍ଠ ଲକ୍ଷ୍ୟ

ସାଧାରଣ ମଣିଷ ଆଉ

ତୁମ ଭିତରେ

କେତେ ଯେ ଫରକ

ଯିଏ ପଢ଼ିଛି ସିଏ ଜାଣିଛି

ସେ ହିଁ ଚିହ୍ନି ପାରିଛି ତୁମକୁ 

ପାଇଛି ସତ୍ୟକୁ

ସିଦ୍ଧାର୍ଥକୁ ଗୌତମ କୁ

ବୁଦ୍ଧକୁ ବୋଧିସତ୍ତ୍ୱକୁ 

ବାସ ତୁମକୁ ବାସ ତୁମକୁ

ବାସ ତୁମକୁ ତୁମ ଦୃଷ୍ଟିକୋଣକୁ l




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract