STORYMIRROR

Santosh Kumar Sahoo

Inspirational

3  

Santosh Kumar Sahoo

Inspirational

ଚରିତ୍ରର ଚରାଭୂଇଁ

ଚରିତ୍ରର ଚରାଭୂଇଁ

1 min
301

ଏବେ ଆଉ ଅଭିନୟ ଦେଖିବା ପାଇଁ

ଅପେରା ଯିବା ଲୋଡା ନାହିଁ

ଘର ବାହାରେ, ସାହି , ପଡ଼ା ଗାଁ ତ୍

ମାଳ ମାଳ ଚରିତ୍ରର ଚରା ଭୂଇଁ ।

ସଂଳାପର ଭେଳିକି ବି କିଛି କମ୍ ନୁହେଁ

ଆଉ କିଆଁ ଡ୍ରାମା ଦେଖି ଯିବ

ଆପଣାର ନିଜ ଲୋକମାନଙ୍କର

ଅଭିନୟ ଦେଖିଲେ ତ୍

ହଡ ବଡେଇ ଯିବ

ଅଭିନୟରେ ଓସ୍ତାଦ, ମାହିର

ସତେ ଯେମିତି ପୋଖତ କଳାକାର ।

ସବୁ ଏଠି ବିଡମ୍ବନା

ସତରେ ଏ ଦୁନିଆଁ

କେତେ ବଦଳି ଯାଇଛି ଦେଖନା

କ୍ଷଣ ଭଙ୍ଗୁର ସଂସାରରେ

ବୁଢିଆଣୀ ଜାଲରେ ଛନ୍ଦା

ଗୋଲକ ଧନ୍ଦା

ସବୁ ତ୍ ଚାରିଦିନର ଅତିଥି

ସବୁ ଜାଣି ଶୁଣି

ପରିବର୍ତ୍ତନର ଖିଆଲ

ମନକୁ ଆସେନା ।

ପୃଥିବୀଟା ତ୍ ବଦଳିଯିବନି

ନିଜକୁ ବଦଳାଇବାର ମାନସିକତା କାହିଁ ?

ନଛୋଡ଼ବନ୍ଧା ଚରିତ୍ର ଗୁଡାକ ପାଇଁ

ମିଛ ଲୁହ ବି ମହଙ୍ଗା

ଆମେ ତ୍ ଏମିତି ଭେଟୁଥିବା

ଚରିତ୍ର ଗୁଡ଼ିକର ସଂଜ୍ଞା ଓ ସଂଳାପ

କରୁଥିବା ପରଦା ପଛରେ ଆଳାପ

ଏବେ ଆଉ ଅପେରା ଦେଖି ଯିବାନି

ଆମ ଚାରିପଟେ ଅନାବନା

ଅମୁହାଁ ଗଛ ପରି

ମାଳ ମାଳ ତଳିପକା ଉଦ୍ଭଟ ଚରିତ୍ର 

ପଇଁତରା ମାରୁଛନ୍ତି

କେତେବେଳେ କକ୍ଷ ଚ୍ୟୁତ ହେବେ

ଉଲ୍ଲକା ପିଣ୍ଡ ମାନେ

ଧକ୍କା ଖାଇବେ ବାଡେଇ ହୋଇଯିବେ 

ଠିକଣା ନାହିଁ,କହିହେବ ନାହିଁ

ଆଉ ଏବେ ଅପେରା ଦେଖିଯିବା ନାହିଁ

ଆମ ଚାରିପଟେ କେତେ ଯେ ଅଗଣିତ

ମାଳ ମାଳ ଚରିତ୍ର

ତାର ହିସାବ ନାହିଁ 

ଏ ପରା ଚରିତ୍ରର ଚରାଭୂଇଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational