STORYMIRROR

Santosh Kumar Sahoo

Thriller

4  

Santosh Kumar Sahoo

Thriller

ଅଦିନ ବର୍ଷା

ଅଦିନ ବର୍ଷା

1 min
414


ଅଦିନିଆ ଆଜି କୋହଲା ପାଗ

ବୁଡି ଯାଉଅଛି ସ୍ନେହ ସରାଗ

ପ୍ରକୃତି ଆଜି ଖେଳେ ଲୁଚକାଳି

ହୃଦୟରେ ବସିଗଲାଣି ଦାଗ ।


ପାଚିଲା ଧାନ ଅମଳ ବେଳକୁ

ଦାଉ ସାଜି ଲାଣି ବର୍ଷା

ମାଟିରେ ଲୋଟୁଛି ସୁନାର ଫସଲ

କୃଷକ ଭାଇର ବୁଡେ ବେଉସା ।


ସନ୍ଦେହ ସପନ ଗୁଞ୍ଜରି ଉଠଇ

ଥରି ଉଠେ ଅନ୍ତରାଳ

ହାଡ଼ଭଙ୍ଗା ଶ୍ରମ ଉତୁରି ଯିବକି

ସଂକଳ୍ପ କରିଛି କାଳ ।


ଶୀତଳ ସମୀର ଆଣଇ ବାରତା

କୋହ ଉଠେ ହୃଦ୍ ଥରେ

ଅଦିନିଆ ବର୍ଷା ଅଦିନ ସଙ୍କଟ

ଚାଷୀକୁଳ ହତାଶାରେ ।


ଲଘୁଚାପ ଖେଳେ ଇତଃସ୍ତତଃ ମନ

ଯୌବନ ଉଜାଡି ଦିଏ

ଚାଷୀର ବୟସ ବଢ଼ିବଢ଼ି ଯାଏ

ମେରୁହାଡ ଭାଙ୍ଗିଦିଏ l


କେତେବେଳେ କଣ୍ ଘଟିଯାଏ ଏଠି

ଶ୍ରମ ଅଟେ, ନୁହେଁ ବେଠି

ସମ୍ଭାବନା ସବୁ ସଦଭାବନା ହେଉ

ପୂର୍ଣ୍ଣତାର ଚାବିକାଠି l



Rate this content
Log in

Similar oriya poem from Thriller