STORYMIRROR

Santosh Kumar Sahoo

Inspirational

3  

Santosh Kumar Sahoo

Inspirational

ଗାନ୍ଧୀ ଯୁଗ ହେଲେ ଆସନ୍ତା ଫେରି

ଗାନ୍ଧୀ ଯୁଗ ହେଲେ ଆସନ୍ତା ଫେରି

1 min
132


ଗାନ୍ଧୀଯୁଗ ବାରେ ଫେରିଆସୁ ବୋଲି

       ଖୋଜନ୍ତି ଏ ଦେଶ ଦୁଃଖୀ ଜନତା

ବାପୁ ତୁମେ ଯଦି ଆସିବ ଫେରି

         ଦେଖିବ ଏ ଜାତି ଦୁସ୍ଥ ଅବସ୍ଥା l


ହରିଶ୍ଚନ୍ଦ୍ରନାଟ ଦେଖିହେ ବାପୁ

       ପ୍ରଭାବିତ ହେଲା କୋମଳ ମନ

ଦାଣ୍ଡି ,ଇଞ୍ଚୁଡିର ମାଟିରେ ତୁମ

       ଲବଣର ଦୂରଦର୍ଶୀ ଆହ୍ବାନ |


ତିନି ମାଙ୍କଡଙ୍କ ନୈତିକ ଜ୍ଞାନ

      ସତେ ତାହା ଅଟେ କେଡ଼େ ମହାନ୍

ଶହୀଦ ହୋଇଲ ଦେଶପାଇଁ ସିନା

       ଗୁଳିମାଡେ ଚାଲିଗଲା ଜୀବନ l


ଗାନ୍ଧୀଯୁଗ ଆସୁ ବାପୁ ଫେରିଆସ 

       ଶୁଣିବ ଭାଷଣ, ଲେଖା ବାରତା

ଆସିଲେ ମହାତ୍ମା ଗାନ୍ଧୀ ହେ ତୁମେ

         ଦେଖିବ ଶୁଣିବ ହୃଦୟ ବ୍ୟଥା l


ତୁମରି ଆଦର୍ଶ ସତ୍ୟ ଅହିଂସା

       କେଉଁଠି ପାଳିତ କେତେଯେ ଡୋରି

ହେ ଗାନ୍ଧୀ ମୋର ଜାତିର ପିତା

         ଦେଖିଯାଅ ଥରେ ଦେଶ ତୁମ୍ଭରି l



Rate this content
Log in

Similar oriya poem from Inspirational