STORYMIRROR

Santosh Kumar Sahoo

Inspirational

4  

Santosh Kumar Sahoo

Inspirational

କୃପାକର କୃପାସିନ୍ଧୁ

କୃପାକର କୃପାସିନ୍ଧୁ

1 min
319


ଇଛା ଥିଲା ଆହେ କାଳିଆ ସାଆନ୍ତ

ଆସିଥାନ୍ତି ବଡ଼ଦାଣ୍ଡେ

ଟାଣିଥାନ୍ତି ତୋର ନନ୍ଦିଘୋଷ ରଥ 

ଗଡିଥାନ୍ତା ଚକ ଦଣ୍ଡେ ।।


ତାଳଧ୍ଵଜ ରଥେ ପ୍ରଭୂ ହଳଧର

ସୁଭଦ୍ରା ଦେବ ଦଳନେ

ପଛରେ ଆସିବ ରଥ ନନ୍ଦିଘୋଷ 

କାଳିଆ ହସ ବଦନେ ।।


ତୋ ଅଭଡ଼ା ଅନ୍ନ, କୈବଲ୍ୟ କଣିକା

ଅଟେ ଯେ ଅମୃତ ଧାରା

କେଉଁଦିନ ସତେ ସୁଦିନ ଆସିବ

ଆଖିରେ ଦେବୁ ତୁ ଧରା l


ଶ୍ରୀମନ୍ଦିର ନେତ ନୀଳଚକ୍ର ବାନା

ମନୁ ଏବେ ଅନ୍ତର୍ହିତ 

ସହି ମୁଁ ପାରୁନି ସେ ଅନ୍ତର ପଣ

ଅଧୀର ହୁଏ ଭକତ ।।


ତୋ ନବ ଯୌବନ ଦେଖିବାକୁ ଇଛା

ଶ୍ରୀଗୁଣ୍ଡିଚା ତିଥି ଟାରେ 

ହେବ ପାପ କ୍ଷୟ କଟିଯିବ ଭୟ

ଲୀନହେବି ତୋ ପୟରେ ।।


କୃପାସିନ୍ଧୁ ଆହେ କାଳିଆ ଠାକୁର

ଲାଗୁ ବାରେ ତୋର ଡୋରି 

ରଥ ତୋ ଟାଣିବି ଦର୍ଶନ କରିବି

ଝରିଆସୁ କୃପା ବାରି।


ସତ କୁହ ପ୍ରଭୁ ଆହେ ଚକ୍ରଧାରୀ

କେବେ ହେବ ଦୟା ତୋରି 

ସମୟ ବିତୁଛି ଆୟୁ ମୋ ସରୁଛି

କରିନିଅ ପଥଚାରୀ।


ଭାବ ବିନୋଦିଆ ଭାବର ଠାକୁର

ବାରେ ପ୍ରଭୂ କୃପା କର

ଲୀଳାମୟ ତୁମେ ପୋଛିଦିଅ ଭକ୍ତ

ବେଦନାର ଅଶ୍ରୁଗାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational