STORYMIRROR

MADHU MITA

Inspirational

3  

MADHU MITA

Inspirational

ରଥଯାତ୍ରା

ରଥଯାତ୍ରା

1 min
182

ରଥଯାତରାରେ ବାହାରିବୁ ଜଗା …

ପତିତ ଜନଙ୍କ ଉଦ୍ଧାର ପାଇଁ…

କେତେ ଲୁହ ଆଜି ଢାଳିଵ ଭକତ …

ଦେଖି ତୋତେ ଆହେ କାଳିଆ ସାଇଁ…


ଦୁଇ ବର୍ଷ ପରେ ହେବ ତୋ ଯାତରା…

ଭକତ ପରାଣ ହେବ ଶୀତଳ…

ଭଉଣୀ ଭାଇକୁ ସଙ୍ଗେ ଘେନି ଜଗା…

ବୁଲିବୁ ତୁ ଯେବେ ନ' ଦିନ କାଳ…


ବଡ଼ଦାଣ୍ଡ ଆଜି ଆନନ୍ଦ ମୁଖର…

ନନ୍ଦିଘୋଷ ସଜ ହୋଇଗଲାଣି…

ତାଳଧ୍ଵଜ ଆଉ ଦର୍ପଦଳନ ବି…

ଯାତ୍ରା ପାଇଁ ମନ ବଳେଇଲେଣି…


ହେ ନାଥ ତୋ ଯାତ୍ରା ସହିତ ଆସୁ ସବୁ ସୁଖ ଆଉ ସମୃଦ୍ଧି ବାର୍ତ୍ତା…

ସଙ୍କଟ ଦୂର ହେଉ ଜଗତର ରକ୍ଷା କର ଆହେ ଭାଗ୍ୟ ବିଧାତା…



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational