STORYMIRROR

Kalandi pal

Inspirational

3  

Kalandi pal

Inspirational

ବାହୁଡ଼ି ଆସୁଛି ବାହୁଡ଼ା ଧନ

ବାହୁଡ଼ି ଆସୁଛି ବାହୁଡ଼ା ଧନ

1 min
211


ବାହୁଡ଼ି ଆସୁଛି ମୋର ବାହୁଡ଼ା ଧନ

ଚମକେ ବିଜୁଳି ସମ ହସ ତା ବଦନ

ସେ ମୋ ଚକାନୟନ 

         ସେ ମୋ କଳାବଦନ

ଭାବରେ ଭାବରେ ବାନ୍ଧି ଭକତ ମନ.।0।


ଛାଡି ଯାଏ ନିଡ ପକ୍ଷୀ ବହୁଦୂରେ

   ଫେରେ ସେ ନିଡକୁ ପୁଣି ସନ୍ଧ୍ୟାରେ

ଯାଇଥିଲେ ଧନ ବାଣ୍ଟିବାକୁ ପୁଣ୍ୟ

    ଦି ଦିନକୁ କହି ନଅ ଦିନରେ

ନୀଳାଚଳ ଧାମ ସରଗ ସମାନ

    ଫେରୁଛି ଧନ ମୋ ଚକାନୟନ.।୧।


ଝୁରୁଥିଲା ତାର ରତ୍ନ ସିଂହାସନ

   ଖୁସିରେ ଆଜି ସେ ନାଚେ ବିଭୋରେ

ଝୂରୁଥିଲା ତାର ପତିତପାବନ

    ଫର ଫର ଉଡ଼େ ନୀଳଚକ୍ରରେ

ବାଇଶି ପାହାଚ କରି ଏକ ଧ୍ୟାନ

    ପଦ ରେଣୁ ସ୍ପର୍ଶେ ବ୍ୟାକୁଳ ମନ.।୨।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational