STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଅଧରପଣାର ମାହାତ୍ମ୍ୟ

ଅଧରପଣାର ମାହାତ୍ମ୍ୟ

1 min
217

ଲୀଳାମୟ ମହାପ୍ରଭୁ ପୁରୁଷୋତ୍ତମ

ଶ୍ରୀକ୍ଷେତ୍ର ବିହାରୀ ଦାରୁବ୍ରହ୍ମ

ମହିମା ତାଙ୍କର ଯେତିକି ତତ୍ତ୍ଵପୂର୍ଣ୍ଣ

ସେତିକି ରହସ୍ୟମୟ

ଶୁଣିଲେ ଦେଖିଲେ ବୁଝିଲେ

ଲାଗେ ଭାରି ଆଶ୍ଚର୍ଯ୍ୟ ଅଲୌକିକ

ତଲ୍ଲୀନ ହୋଇଯାଏ ଭକ୍ତଙ୍କ ହୃଦୟ

ବାହୁଡା ଯାତ୍ରା ପରେ

ବଡ଼ ଦେଉଳର ରତ୍ନ ସିଂହାସନକୁ

ପ୍ରଭୁ ବିଜେ କରିବା ପୂର୍ବରୁ

ଶୁକ୍ଳ ଦ୍ଵାଦଶୀ ଦିନ 

ପରମ୍ପରା ବିଧି ବିଧାନ ଅନୁଯାୟୀ

ଅନୁଷ୍ଠିତ ହୁଏ ଅଧରପଣା

ତିନି ରଥେ ତିନି ତିନି କରି ନଅଟି

ତୁମ୍ଭାକାର ମାଟି ହାଣ୍ଡିରେ ଭୋଗ

ତିନି ଶ୍ରୀଜିଉଙ୍କ ଆଗରେ ରଖି

ଯତ୍ନରେ କରାଯାଏ ପ୍ରସ୍ତୁତ

ଏ ପରମ୍ପରା ବିଧି ଅଟେ ବହୁ ପୁରୁଣା

ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ

ପାଣି ଆସିବା ପରେ ହୁଏ ଅଧରପଣା

ଏ ପଣା ତିଆରି କରନ୍ତି

ସୁପକାର ସୁଆର ସେବକ

ମିଶା ଯାଏ ତହିଁ କ୍ଷୀର କଦଳୀ ଛେନା

ଗୋଲମରିଚ଼ ଜାଇଫଳ କର୍ପୂର

ସେ ପଣାକୁ ତିନିରଥର ପୋଖରିଆ ଉପରେ 

ପୂଜାର୍ଚ୍ଚନା କରନ୍ତି ପଞ୍ଚ ଉପଚାରରେ

ପତ୍ରିବଡୁ ସୁଆରବଡୁ ଗରାବଡୁ ପାଳିଆ

ସେବକ ପୂଜାପଣ୍ଡା ପୂଜକ

ପୂଜାର ସମାପ୍ତି ପରେ ରଥ ଉପରେ

ଭଙ୍ଗା ଯାଏ ଅଧରପଣା ହାଣ୍ଡି

ଏ ପଣା ସମର୍ପିତ ହୋଇ ଥାଏ

ରଥର ପାର୍ଶ୍ୱରେ ଥିବା ଦେବାଦେବୀ

ଚଣ୍ଡି ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ

ବିଶ୍ୱାସ ଅଛି ଅଶରୀରୀମାନଙ୍କ 

ଉଦ୍ଧାର ପାଇଁ ଭାଙ୍ଗେ ଅଧର ପଣାହାଣ୍ଡି

ଶ୍ରୀଜିଉମାନଙ୍କ ଅଧର ପର୍ଯ୍ୟନ୍ତ

ଉଚ୍ଚତା ହୋଇ ଥିବାରୁ ପଣା ମାଠିଆ

ତାର ନାମକରଣ ହୋଇଛି ଅଧରପଣା

ଏ ପଣା ପାନ କରନ୍ତି ନାହିଁ କେହି

ସମସ୍ତଙ୍କୁ ହୁଏ ଜଣା

ଅଧର ପଣାର ମାହାତ୍ମ୍ୟ 

ବୁଝାଇ ଦିଏ ତାତ୍ତ୍ଵିକ ଅର୍ଥରେ

ମାଟି ହାଣ୍ଡି ପରି ଏ ଶରୀରର ଘଟ

ଦିନେ ନା ଦିନେ ଯିବ ଭାଙ୍ଗି

ସରି ଯିବ ଜୀବନର ନାଟ

ମିଛ ଗର୍ବ ଅହଂକାରେ ମଣିଷ

କରେ ଯାହା ସବୁ ଓଳିକ କ୍ଷଣସ୍ଥାୟୀ

ସେ ପାର୍ଥିବ ଲାଳସାରେ ନହୋଇ ବାଇ

ପରଂବ୍ରହ୍ମ ପ୍ରଭୁଙ୍କ ନାମ ଜପ

ଦୂର ହୋଇ ଯିବ ମନରୁ ସନ୍ତାପ

ତାଙ୍କ ଚରଣେ ନିଅ ଶରଣ

ମନୋବାଞ୍ଚା ହେବ ଅଚିରେ ପୂରଣ।



Rate this content
Log in

Similar oriya poem from Inspirational