STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
176

ବରଷା ଖରାର ଲୁଚ କାଳି ଖେଳେ

ଇନ୍ଦ୍ରଧନୁ ସୃଷ୍ଟି ହୁଏ 

ସପତ ରଙ୍ଗର ରଙ୍ଗରେ ଆକାଶ

କିସୁନ୍ଦର ଦିଶୁଥାଏ ।


ଋତୁ ଚକ୍ର ନେଇ ଛଅଋତୁ ପରା

ଧରାକୁ ଓହ୍ଲାଇ ଥାନ୍ତି

ସୃଷ୍ଟିକର୍ତ୍ତାଙ୍କର ଅପୂର୍ବ ସର୍ଜନା

ନିଜ କର୍ମ କରିଥାନ୍ତି । 


ହେଲେ ଆଜି ତାହା ବଦଳି ଯାଇଛି 

ମାନବର କର୍ମ ପାଇଁ 

ଋତୁ ସବୁ ଆଉ ନିଜ ସମୟରେ

ଏ ଧରାକୁ ଆସୁନାହିଁ । 


ବୃକ୍ଷହାଣି ପଦା କରୁଛି ମନୁଷ୍ୟ 

ଖୋଲା ପଡିଆଟେ ନାହିଁ 

ବରଷା ଆସୁନି ବରଷା ଋତୁରେ

ଇନ୍ଦ୍ରଧନୁ ଦିଶେ ନାହିଁ । 


ଚତୁର୍ଦ୍ଦିଗ ଦିଶେ ଉଚ୍ଚ ଅଟ୍ଟାଳିକା 

ଇନ୍ଦ୍ରଧନୁ ଲୁତିଯାଏ

ଆଜିର ଶିଶୁଟି ଦେଖିବା ତାହାକୁ

ସାତ ସପନ ଯେ ହୁଏ । 


ସ୍ବାର୍ଥପର ଆଜି ହୋଇଛି ମାନବ

ପ୍ରକୃତି ଆଜି ଶ୍ରୀହୀନ 

ଖୋଲା ଆକାଶରେ ଦେଖା ଯାଉନାହିଁ

ଇନ୍ଦ୍ରଧନୁର ଚିହ୍ନ । 


ବେଳୁ ସଚେତନ ହୋଇଲେ ମାନବ

ପ୍ରକୃତି ହସି ଉଠିବ

ଖୋଲା ଆକାଶରେ ପୂର୍ବ ପରି ପୁଣି

ଇନ୍ଦ୍ରଧନୁ ବି ଦିଶିବ । 


Rate this content
Log in

Similar oriya poem from Inspirational