STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

ନିଶବ୍ଦ ଆତ୍ମକମ୍ପନ

ନିଶବ୍ଦ ଆତ୍ମକମ୍ପନ

1 min
145

ଶିରାପ୍ରଶିରା ଥରହର ଆଜି

ରକତ ସତେ କି ଅସହାୟତାର ଶିକାର

କାଳେ ନିମିଷକେ ହୋଇଯିବ ଜଳ ଏହି ଭୟ ତା'ର

ହାଡ଼ମାଂସର କଥାବାର୍ତ୍ତା ଚାଲଚାଲ ସୁରକ୍ଷିତ ସ୍ଥାନ

ମନ ଓ ହୃଦୟର ନିଷ୍ପତ୍ତି କାନ ଡ଼େରିଥିବା ଆମେ 

ହୋଇଯାଇପାରେ କେଉଁ ମୁହୂର୍ତ୍ତରେ ବିବେକ ମଧ୍ୟରେ 

ଆତ୍ମାକୁ ଧ୍ୱଂସ କରିବାର ଅଭିସନ୍ଧି ନେଇ ନିଃଶବ୍ଦ ଆତ୍ମକମ୍ପନ  


ବୁଦ୍ଧି ମତ ଚେତନା ଆଉ ଚିନ୍ତାଧାରା

ବସି କରନ୍ତି ଆଲୋଚନା ପର୍ଯ୍ୟାଲୋଚନା ଓ ତର୍କବିତର୍କ

ସବୁ ଇନ୍ଦ୍ରିୟ ମାନେ ହୋଇ ମେଳ ହୁଏ ମତ ବିନିମୟ କେତେ

ମସ୍ତିଷ୍କର ଚେତନା ଓ ଅବଚେତନ ଆଉ ଅନେକ ଗୁଣ ଦୋଷ

ନୟନ କର୍ଣ୍ଣ ମୁଖ ନାକ ଓ ଜିହ୍ୱା ଆଶଙ୍କିତ ହୋଇ

ସତର୍କ ହୁଅରେ ଛାରଖାର କରିଦେବ ଏ ଶରୀର ଘର

ଅକସ୍ମାତ ଆସି ଧ୍ୱଂସିବ କରିବ ଦେହଭିତରେ ନିଃଶବ୍ଦ ଆତ୍ମକମ୍ପନ। 



Rate this content
Log in

Similar oriya poem from Inspirational