STORYMIRROR

Kalandi pal

Inspirational

3  

Kalandi pal

Inspirational

ପ୍ରଦୀପ ଶିଖା

ପ୍ରଦୀପ ଶିଖା

1 min
185


ପବିତ୍ର ପଦକ     ପ୍ରଦୀପର ଶିଖା

    ଶୁଭ ସାୟଂ ଗଳେ ହାର

ଅନ୍ଧାରୀ ଗୁମୁଟେ    ଚମକି ଚହଟେ

    ଆବାହନେ ସର୍ବେଶ୍ଵର.।।


ନବ ବଧୁ ନବ     ବସ୍ତ୍ର ବସ୍ତ୍ରାବୃତେ

     ପ୍ରଜ୍ୱଳେ ପ୍ରଦୀପ ଶିଖା

ଦୁରେ ଦୂରୀଭୂତ     ଅନ୍ଧାରୀ ଅଜ୍ଞତ୍ଵ

      ପ୍ରଣତିରେ ମାଗେ ଭିକ୍ଷା.।।


କ୍ଷଣିକ ସେ ବାସେ  କ୍ଷଣ ଭଙ୍ଗୁର ସେ

     କ୍ଷଣେ ଭରେ ଉଚ୍ଚ ଆଶା

ଅଜ୍ଞାନୀ ଅଜ୍ଞାନେ    ପଥ ପ୍ରଦର୍ଶନେ

     ବୁଝେ ଯିଏ ତାର ଭାଷା.।।


ପ୍ରଦୀପେ ମାଲପା    ଜୀବନ ନାଟିକା

    ସଳିତାର ଅନ୍ତେ ଅନ୍ତ

କ୍ଷଣିକ ଆଲୋକେ   ଅନ୍ଧାରୀ ମୁଲକେ

     ଆଲୋକର ପଥ ସେତ.।।


ଶରୀରେ ଜୀବନ     ଦିପ ଶିଖା ସମ

     ମାଳପା ପୁଣ୍ୟର ପଥ

ପୁଣ୍ୟ ପଥ ଶେଷେ   ଅନ୍ଧାରତ୍ଵ ଆସେ

     ହୁଏ ଜୀବନର ଅନ୍ତ୍.।।


ଦିପ ଶିଖା ଭଳି     ଜୀବନକୁ ଜାଳି

     ଆଲୋକ ଦେବା ଉଜାଳି

ହେଉ ସେହି ପଥ    ଅନ୍ୟର ସୂପଥ

    ନିଜେ ପଛେ ଜଳି ଜଳି.।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational