STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଆହା କି ସୁନ୍ଦର ସୁନାବେଶେ ମୋ...

ଆହା କି ସୁନ୍ଦର ସୁନାବେଶେ ମୋ...

1 min
133

ଆହା କି ସୁନ୍ଦର 

    ସୁନାବେଶେ ମୋ କଳାଠାକୁର

ଦିଶେ ମନୋହର

     ଅପରୂପର ସେ ଗନ୍ତାଘର 

ହଟେନା ନଜର

     ଅପଲକ ଏ ନୟନ ମୋର

ଆହା କି ସୁନ୍ଦର

   ସୁନାବେଶେ ମୋ କଳାଠାକୁର।୦।


ଆଷାଢ଼ ମାସର

     ଶୁକ୍ଳ ପକ୍ଷ ଏକାଦଶୀ ଦିନ

ରଥେ ମହାପ୍ରଭୁ

     ସୁନାବେଶେ ଦିଅନ୍ତି ଦର୍ଶନ 

ବାହୁଡା ବିଜୟ

     ପରେ ଆସଇ ଏ ଶୁଭଦିନ

ଦେଖି ଭକ୍ତଜନ

     ତନ୍ମୟେ ହୁଅନ୍ତ ଏକଧ୍ୟାନ।୧।


ଚତୁର୍ଦ୍ଧା ମୂର୍ତ୍ତିଙ୍କ

    ରାଜରାଜେଶ୍ଵର ସୁନାବେଶ

ଝଲସି ଉଠନ୍ତି

    ନାନା ଅଳଙ୍କାରରେ ପ୍ରକାଶ 

ଆପାଦ ମସ୍ତକ 

     ସୁନା ଗହଣା ପିନ୍ଧି ହରଷ

ଦୁର୍ଲ୍ଲଭ ଏ ବେଶ

     ପାଞ୍ଚଥର ହୁଏ ଫି ବରଷ।୨।


ମଧ୍ୟାହ୍ନର ଧୂପ

     ପରେ ବେଶ ହୁଏ ଅନୁଷ୍ଠିତ

ଆଖି ରହେ ଲାଖି

     ଭକ୍ତ ମନ ପ୍ରାଣ ବ୍ୟାକୁଳିତ 

ଜଗତ ଜୀବନ

    ଦିବ୍ୟ ବେଶେ ଥାନ୍ତି ସୁସଜ୍ଜିତ

ନୟନ ପବିତ୍ର

     କରି ଉଦ୍ଧାର ହୁଏ ପତିତ।୩।


ଅପାର ମହିମା

    ମହାପ୍ରଭୁଙ୍କ ବେଶ ଅଶେଷ

ଅନ୍ତ ନାହିଁ ଯା'ର

    ଦୟାମୟ ସିଏ ଜଗଦୀଶ 

ରତ୍ନ ସିଂହାସନେ

    ବସି ସେ ମୁଖେ ଫୁଟାନ୍ତି ହସ

କୃପାରେ ତାଙ୍କର

    ସୁଖେ ବିତି ଯାଉ ବାର ମାସ।୪।


ଆହା କି ସୁନ୍ଦର

   ସୁନାବେଶେ ମୋ କଳାଠାକୁର......

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational