STORYMIRROR

Binodini Dash

Inspirational

4  

Binodini Dash

Inspirational

କଥା କହୁଥିଲେ ସରିବନି

କଥା କହୁଥିଲେ ସରିବନି

1 min
19

ପ୍ରତ୍ୟେକ ଜୀବନ ଖୋଲା ପୁସ୍ତକ

ମାତ୍ର ଜୀବନ ରହସ୍ୟ

ଅତି ଗୁଢ଼ ତଥ୍ୟ ପର୍ଯ୍ୟବେସିତ

ସତେ କି ଅମୃତ ଭାଷ୍ୟ !


ଆମ ସମାଜରେ ନର ଜୀବରେ

ଘଟଇ ନାନା କାହାଣୀ

ବଖାଣି ବସିଲେ ହୋଇବ ପୁରାଣ

ଜମା ତାହା ସରିବନି ।


ଯେମିତି କାଉଁରି ଦେଶର କାହାଣୀ

କିବା ପରୀ ରାଇଜର

ମିଛ ସତେ ଗଢ଼ା ସୁଖ ଦୁଃଖ ଭରା

ରୂପ ବିରାଟ ଆକାର ।


ସ୍ମୃତି ଅନୁଭୂତି ଭିତରେ ଆବଦ୍ଧ

ସମୟସ୍ରୋତରେ ବହି

କିଏ ଲିପିବଦ୍ଧ କିଏ ଉଡ଼ି ଯାଏ

ପରା ମୁଖୁ ମୁଖ ହୋଇ ।


ଯେବେ ତାକୁ କେହି ମନରେ ସାଇତି

କହିବାକୁ ଚେଷ୍ଟା କରେ

କହୁଥିଲେ ସେହି କଥା ବା କାହାଣୀ

କେବେ ବି ତାହା ନ ସରେ ।


କେହି ଯେବେ ତା'ର ଅନ୍ତର ବେଦନା

ଆନ ପାଖରେ ବୋଲଇ

ସରେନି ବି ତାହା ରହିଯାଏ କିଛି

ଯାହା ବୋଲି ନ ହୁଅଇ ।


କଥା କହୁଥିଲେ ଜମା ସରିବନି

ଯେଣୁ ଏ ଲୋକ ବଚନ

ସେଥିପାଇଁ ଆନେ ଅଳପ ପରଷି

ବୁଝାଏ କେ ନିଜ ମନ ।


କୁରୁଆଁ, ମୁଗପାଳ, ଯାଜପୁର


Rate this content
Log in

Similar oriya poem from Inspirational