STORYMIRROR

BANANIBALA NAIK

Inspirational Others

4  

BANANIBALA NAIK

Inspirational Others

ତ୍ରିରଙ୍ଗା

ତ୍ରିରଙ୍ଗା

1 min
35


ସ୍ବାଧୀନ ଭାରତ ସମୃଦ୍ଧ ରାଷ୍ଟ୍ର ର

ଜାତୀୟ ପ୍ରତୀକ ମୁହିଁ,

ମୋହରି ଦେହରେ ଦେଶ ଆନ୍ଦୋଳନ

କାହାଣୀ ରହିଛି ଚେଇଁ ।।

ଫିରିଙ୍ଗି ବିରୁଦ୍ଧ ଘମାଘୋଟ ଯୁଦ୍ଧ

କାହାଣୀ ର ମୁକ ସାକ୍ଷୀ,

ଆତ୍ମ ବଳିଦାନ ,ହତ୍ୟା,ରକ୍ତ ପାତ

ଦେଖିଛି ନୀରବେ ଆଖି ।।

ମୁକ୍ତି ଆନ୍ଦୋଳନ ସ୍ଵାଧୀନତା ଚିହ୍ନ

ଗଣତନ୍ତ୍ର ରାଷ୍ଟ୍ର ନେତ,

ଅଟେ ମୁଁ ତ୍ରିରଙ୍ଗା ତିନି ରଙ୍ଗେ ରଙ୍ଗା

ଉଡ଼ଇ ଗରବେ ଦେଖ।।

ସ୍ବାଧିନ ସଂଗ୍ରାମୀ , ବୀର ମୁକ୍ତି କାମୀ

ସଜାଇଲେ ତିନି ରଙ୍ଗେ,

ସବୁଜ, ନାରଙ୍ଗୀ ଶୁଭ୍ର ରଙ୍ଗ ସାଥେ

ଶୋଭିତ ଆପଣା ଢ଼ଙ୍ଗେ ।।

ଅହିଂସା ପ୍ରତୀକ ଚକର(ଚକ୍ର) ଅଶୋକ

ମଧ୍ୟ ଭାଗେ ସୁଶୋଭନ,

ଭାରତ ମାତା ର ସୌଭାଗ୍ୟ ପ୍ରତୀକ

ଗର୍ବ ଗାରୀମା ର ଚିହ୍ନ ।।

ସଜାଇଲେ ମୋତେ ତିନିଟି ରଙ୍ଗ ରେ

ସ୍ବାଧିନତା ସେନା ମିଳି,

ନାନା ରୂପ ରଙ୍ଗ ଥିଲା ମୋର ଆଗେ

ଶେଷରେ ଗଲି ବଦଳି ।।

ସ୍ବାଧିନ ସଂଗ୍ରାମୀ ଭେଙ୍କୟା ପିଙ୍ଗଳି

ସଜାଇଲେ ମୋର କାୟା,

ସ୍ୱାଧୀନତା ପରେ ଲାଲ କିଲ୍ଲା ଠାରେ

ଉଡ଼ାଇଲେ ଦେଶ ନାହା।।

ନାରଙ୍ଗୀ ଗାଉଛି ତ୍ୟାଗ ଓ ସାହସ

ଆତ୍ମ ବଳିଦାନ କଥା,

ମଧ୍ୟେ ଶ୍ଵେତ ଗାଏ ଶାନ୍ତି ଓ ସ୍ବଚ୍ଛତା

ସତ୍ୟତା ର ପୁଣ୍ୟ ଗାଥା ।।

ସବୁଜ ରଙ୍ଗ ଟି ବିଶ୍ୱାସ ସମୃଦ୍ଧି

ବାରତା ଟି ସଦା ଦିଏ ,

ମଧ୍ୟ ଭାଗେ ଚକ୍ର ଚବିଶଟି ଅର

ପ୍ରଗତି ର ଗାଥା ଗାଏ ।।

ଅଶୋକ ଚକ୍ର ସେ ଅହିଂସା ସଂକେତ

ଭାରତ ର ମୂଳମନ୍ତ୍ର,

ପ୍ରଗତି ର ଚିହ୍ନ ପ୍ରଗତି ସୂଚାଏ

ଏଇ ଆମ ଗଣତନ୍ତ୍ର ।।

ଖଦୀ କପଡ଼ାରେ ଗଢା ମୋର ଦେହ

ତିନି ଅନୁପାତ ଦୁଇ,

ଉପରେ ନାରଙ୍ଗୀ ମଧ୍ୟ ଭାଗେ ଶୁଭ୍ର

ସବୁଜଟି ତଳେ ଥାଇ ।।

ଜାତୀୟ ଦିବସେ ଉଡୁଥାଏ ଉଚ୍ଚେ

ଦିଲ୍ଲୀ ଠାରୁ ପଲ୍ଲୀ ଯାଏ,

ଜାତୀୟ ପତାକା ନାମଟି ମୋହର

ସ୍ନେହ,ପ୍ରେମ ଗୀତି ଗାଏ ।।

ମାଟି ମାଆ ପାଇଁ ଯେ ସହୀଦ ବୀର

ମାଆ କୋଳେ ଲୋଟିଯାଏ,

ଲୁହ ଭିଜା ନେତ୍ରେ ବୀର ପୁତ୍ର ଦେହେ

ପଣତକୁ ଢାଙ୍କି ଦିଏ ।।

ତେଜ,ଶୌର୍ଯ୍ୟ,ବୀର୍ଯ୍ୟ ପ୍ରଗତୀ ପ୍ରତୀକ

ଅଟେ ମୁଁ ତ୍ରିରଙ୍ଗା ବାନା,

ନଦୀ,ଗିରି, ନଭ,ବନାନୀ, କାନ୍ତାର

ଉଡ଼ାଏ ମୋ ଦେଶ ସେନା ।। 

ଉଡେ ମହାକାଶେ ଉଡେ ଚନ୍ଦ୍ର ପୃଷ୍ଠେ

ଅନ୍ତରୀକ୍ଷେ ଉଡେ ମୁହିଁ,

ସାରା ବିଶ୍ବ ଆଜି ଦେଖେ ମୋ ଗାରୀମା

ଧନ୍ୟ ମୋ ଭାରତ ଭୂଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational