STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମାଆ ଦୁର୍ଗତିନାଶିନୀ

ଜୟ ମାଆ ଦୁର୍ଗତିନାଶିନୀ

1 min
6



ଜୟ ଜୟ ଜୟ ଦୁର୍ଗା ଦୁର୍ଗତି ନାଶିନୀ l

ସର୍ଵ ପାପହାରିଣୀ ମା ପତିତପାବିନୀ ll

ଜୟ ଜୟ ଜୟଜୟ ଜୟତି କାଳିକେ l

ଜଗତ ଜନନୀ ମାଆ ଜଗତପାଳିକେ ll

ଦୟାମୟୀ ମାତ ତୁହି ଶୁଣିଛି ପୁରାଣେ l

ଗତିମୁକ୍ତି ଶକ୍ତି ତୁହି ବ୍ୟାପ୍ତ ସର୍ଵସ୍ଥାନେ ll

ଦୁର୍ଗେ ଦୁଖହରା ତାରା ସଙ୍କଟତାରିଣୀ l

ଦୁର୍ଗମ ନାଶିନୀ ବିନ୍ଧ୍ୟଗିରି ନିବାସିନୀ ll

ଦୁରାରାଧ୍ୟା ଧ୍ୟାନସାଧ୍ୟା ଶକ୍ତି ସନତାନୀ l

ପରାତ୍ପରେ ପରମା ପ୍ରକୃତି ପୁରାତନୀ ll

ନୀଳକଣ୍ଠପ୍ରିୟା ନାରାୟଣୀ ନିରାକରା l

ପରାଶକ୍ତି ମହାମାୟା ସଚ୍ଚିଦ ସାକାରା ll

ମହିଷମର୍ଦ୍ଦିନୀ ମାହେଶ୍ଵରୀ ମହୋଦରୀ l

ଶିବ ସିମନ୍ତିନୀ ଉମା ସର୍ବାଣୀ ଶଙ୍କରୀ ll

ବିରୂପାକ୍ଷୀ ଶତାକ୍ଷୀ ଶାରଦା ଶାକମ୍ବରୀ l

ଭ୍ରାମରୀ ଭବାନୀ ଶିବା ପରମ ଈଶ୍ୱରୀ ll

ଲମ୍ବୋଦରା ଦିଗମ୍ବରା କୌଣପ ନାସିନୀ l

ଦାନବ ଦଳିନୀ ମାଆ ଆନନ୍ଦ ଦାୟିନୀ ll

ଆନନ୍ଦେ ବନ୍ଦଇ ମାଆ ଚରଣ ତୋହର l

କଳୁଷ ନାସିନୀ ମାତ କାତରେ ନିସ୍ତାର ll 

ଦାନବ ସଂହାରୀ ଚଣ୍ଡ ମୁଣ୍ଡ ବିଧ୍ୱଂସୀନୀ l 

ନମସ୍ତୁତେ ନମସ୍ତୁତେ ନମଃ ନାରାୟଣୀ ll

    


Rate this content
Log in

Similar oriya poem from Inspirational