STORYMIRROR

Kalandi pal

Inspirational

4  

Kalandi pal

Inspirational

ଶ୍ରେଷ୍ଠ ରୂପକାର

ଶ୍ରେଷ୍ଠ ରୂପକାର

1 min
25


   

  ଶ୍ରେଷ୍ଠ ରୂପକାର ସୃଷ୍ଟିର ଆଧାର

     ପ୍ରଜାପିତା ଆଜ୍ଞା ବହି

  ସବୁଜ ସୁନ୍ଦର ଶୋଭା ମନୋହର

     ସରଗ ପାତାଳ ମହି ।।


  ଆହେ ବିଶ୍ଵକର୍ମା ତୁମ ହସ୍ତ୍ ସିନା

     ସୌନ୍ଦର୍ଯ୍ୟର ଯାଦୁଘର

  କ୍ଷଣିକେ ନିର୍ମାଣ ଚଉଦ ଭୁବନ

     ମହିମା ଯାର ଅପାର ।।


  ଦେବ କି ଦାନବ ଯକ୍ଷ କି ମାନବ

     ସର୍ବେ ଲୋଡ଼ନ୍ତି ଯା ଭାବ

  ପ୍ରତିଦାନ ଯାର  ଏ ସୃଷ୍ଟି ସୁନ୍ଦର

      ତୁମ ହସ୍ତ ପରାଭବ ।।


  ସ୍ଵୟଂ ବିଷ୍ଣୁ ତୁମେ ବିଶ୍ଵକର୍ମା ନାମେ

       ଗଢ଼ିଲ ଦାରୁ ବିଗ୍ରହ

  ଅଧା ଗଢା ଦେହେ ରହିଲ ପ୍ରଭୁ ହେ

     ମନରେ ଆସେ ସନ୍ଦେହ ।।


  ସବୁଠି ପୂର୍ଣ୍ଣତା ନିଜେ ହେଲ ଅଧା

       ମହତ ପଣିଆଁ ଏହି

  ସଦା ଯେ ସୁନ୍ଦର ରୂପ ମନୋହର

      କୋଳେ ଧରି ହସେ ମହି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational