STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଦଗ୍ଧ ତାରୁଣ୍ୟ

ଦଗ୍ଧ ତାରୁଣ୍ୟ

1 min
339

କବିତା - ଦଗ୍ଧ ତାରୁଣ୍ୟ

ରଚନା - ପଞ୍ଚାନନ ଜେନା

ତାରିଖ - ୮-୧-୨୦୨୫


କଥାରେ କହନ୍ତି

ନିଜ ରୂଚିର ମଣିଷ

ନିଜ ପରିକା ପୁରୁଷ

ଖୋଜିବାକୁ ପଡ଼େନି

ଆପେ ଆପେ ମିଳନ୍ତି ଭେଟନ୍ତି 

ଭିଡଭାଡ଼ ଯେତେ ବି ଥାଉ

ଗମନ ଆସ୍ଥାନ ବି ଯାହା ହେଉ

ବନ୍ଧୁତା ବି ଜମିଯାଏ ସମାନତାର ସ୍ୱାଦରେ

ଜନ୍ମରୁ ଜନ୍ମାନ୍ତର ଯାଏ 

ନହେଲେ ବି ହେଲା

କୌଶୁରରୁ ଲମ୍ବିଯାଏ 

ଶେଷ ନିଃଶ୍ୱାସ ଥିବା ଯାଏ 

ହାଉଲେ ହାଉଲେ ଖୋଲା


ଭାବି ଦେଖୁନ 

ଆମ ଦୁଇସାଙ୍ଗର କଥା କହୁନ

ତୁମ ଘର ମେଣ୍ଢାପଦା 

ସରାଙ୍ଗ ଢ଼େଙ୍କାନାଳ

ମୋ ଘର ବଗଦା 

ବାଲେଶ୍ଵର ବାଲିଆପାଳ

ଯଦିଓ ଏମ ଏ କ୍ଲାସରେ ପଢୁଥିଲେ ସାଥିରେ

ଆଗରୁ କେବେ ବି ଭେଟି ନଥିଲେ ସ୍ୱପ୍ନରେ

ବାଣିବିହାର ଭିଡ଼ ଭିତରୁ 

ଦୁହେଁ ଦୁହିଁଙ୍କୁ ବାଛିନେଲେ କିପରି

ପରିଜା ଗ୍ରନ୍ଥାଗାର ଗହଳି ଭିତରୁ

ଦୁହିଁଙ୍କ ମନ ମିଶିଗଲା କିପରି

ଗୋପବନ୍ଧୁ ଛାତ୍ରାବାସରୁ

ଦୁହିଙ୍କ ଭାବନା ଗୁନ୍ଥିଲା କିପରି

ଭାବି ବସିଲେ

ଅସଲ ତର୍ଜମା ହୁରୁଡି ଯାଏ ସର୍ବୋପରି


କାରଣ ଆଚାର ବିଚାର ଚାଲିଚଣନ

ଭାବନା ଚେତନା ବାକ୍ୟ ଆସ୍ଫାଳନ

ପଠନ ପାଠନ କପୋଥ କଥନ

ବୋଧେ ଏକା ପ୍ରକାର


କାରଣ ସଂଘର୍ଷ ଭିତରେ ସ୍ବପ୍ନ ପ୍ରବଣତା

ପରିବାର ପାଇଁ କିଛି କରିବାର ପ୍ରତିବଦ୍ଧତା

ନିଜ ପାଦରେ ଛିଡ଼ା ହେବାର ପରିପକ୍ଵତା

ବୋଧେ ଏକା ଧାରାର


ମୋତେ ଲାଗେ

ମଣିଷ ଅନ୍ୟ ମଣିଷକୁ ଖୋଜେନା

ଖୋଜେ ସମାନ ଦୁଃଖ ଶୋକ କାରୁଣ୍ୟ

ଖୋଜେ ଅଶୁ ଝାଳନାଳ ମଝିରେ ଦଗ୍ଧ ତାରୁଣ୍ୟ

ଖୋଜେ ଅଧ୍ୟବ୍ୟସାୟ ଭିତରେ ସଂଗ୍ରାମ

ଖୋଜେ ନୀରବତା ମଧ୍ୟରେ ଆରାମ ବିଶ୍ରାମ


ଆମେ ସାଙ୍ଗ ହେଲେ

ଦୁନିଆକୁ କିଛି ଫରକ ପଡିନାହିଁ

ଆମେ ପାଖରେ ବସିଲେ ଦୁଃଖ ସୁଖ ହେଲେ

କାହାରିକୁ କିଛି କହିବାର ନାହିଁ

ବିପଦ ଆପଦରେ ହାତ ମିଶେଇଲେ

ହସ ଖୁସିରେ ବୁଲିଲେ ସିନେମା ଗଲେ

କେହି ମୁଣ୍ଡ ଖେଳେଇବେ କାହିଁ ପାଇଁ


ସମୟ କାହାର ଅଛି ଯେ

ଆମ ପରି ସାଧାରଣ ମଫଙ୍କ ପାଇଁ

 ଭାବିବ ଭାଳିବ ଘଡିଏ

ଆମ ଭଳି ଅକାଳକୁଷ୍ମାଣ୍ଡଙ୍କ ପାଇଁ

ସମୟ ସାରିବ ଘଣ୍ଟାଏ

ଆମ ପରି ମଧ୍ୟବର୍ଗର ଦାୟାଦଙ୍କ ପାଇଁ

ବୃଥାରେ ଦରାଣ୍ଡିବ ମିନିଟିଏ


ସାଙ୍ଗ ତ ବହୁତ ଏଠି ହାଉଯାଉ

ମାତ୍ର ପାଖରେ ବସିବାକୁ ଘଡିଏ

ପଦେ ଦୁଇ ପଦ କହିବାକୁ ଟିକିଏ

କେବଳ ଆମେ ଦୁହେଁ ବୋଧେ ଯୋଡିଏ

ଦୁଇଟି ବୃକ୍ଷରୁ ଆସି 

ଗୋଟିଏ ବୃନ୍ତରେ ଶୋଭାପାଏ

ଦୁଇଟି ପ୍ରାନ୍ତରୁ ଆସି

ହାତ ମିଶେଇଛେ ଆଜିଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational