ତରୁ ବିନା ଲତା କାହୁଁ ଆଶ୍ରୟ ପାଇବ
ତରୁ ବିନା ଲତା କାହୁଁ ଆଶ୍ରୟ ପାଇବ


ରୀତିନୀତି ଆଦରଶେ ଭରା ଏହି ଭବ
ତରୁ ବିନା ଲତା କାହୁଁ ଆଶ୍ରୟ ପାଇବ ।
ଦୁର୍ବଳ କାଣ୍ଡ ଏ ଲତା ସବଳ ଖୋଜଇ
ତାକୁ ଭରା ଦେଇ ବଢ଼ି ଗୁଣ ପ୍ରକାଶଇ ।
ଧରାଧାମରେ ବନିତା ଲତା ସମଭାଗୀ
କୋମଳ ହୃଦୟ ତା'ର ପୁଣି କୋମଳାଙ୍ଗୀ ।
ଚେର ମୂଳ ଯେତେ ତା'ର ହୋଇଲେ ବି ଦୃଢ଼
ସୌନ୍ଦର୍ଯ୍ୟରେ ଅବୟବ ହୁଏ ଲଡ଼ବଡ଼ ।
ବୃକ୍ଷ ସମ ଉପଯୁକ୍ତ ଖୋଜେ ସୁପୁରୁଷ
ଯିଏ ତାକୁ କୋଳ କରି ଭରିବ ହରଷ ।
ଉତ୍ତମ ସାଥୀଟେ ପରି ବିପଦଆପଦେ
ଭରି ଦେଉଥିବ ବଳ ସବୁ ପରମାଦେ ।
ଆଶ୍ବାସିବ ବିଶ୍ବାସରେ ପାଖେପାଖେ ରହି
ଆଶା ଭରସାକୁ କେବେ ତୁଟାଇବ ନାହିଁ ।
ଫୁଲ ଫଳ ସମ୍ଭାରରେ ହସିବ ତା' ବୁକୁ
ଦିଶିବେ ଦୁହେଁ ସୁନ୍ଦର ପରା ଆନ ଚକ୍ଷୁ ।
ପରସ୍ପର ହସଖୁସି କରି ଦିନ କାଟି
କଳଚକ୍ରରେ ବିଦାୟ ବଢ଼ାଇ ସନ୍ତୁଷ୍ଟି ।