ଘର ଚଟିଆ
ଘର ଚଟିଆ
ସବୁଠାରୁ ଛୋଟ ପକ୍ଷୀଟିଏ ସେହି
ତାର ବୁଦ୍ଧି ବିଦ୍ୟା ସମାନ କେ ନାହିଁ
ଟିକି ଟିକି ଥଣ୍ଟେ ତାର
ଗୁନ୍ଥି ବସାଟିଏ ଚାଳେ ବାନ୍ଧି ଦିଏ
ଝୁଲୁଥାଏ ନିରନ୍ତର ।
ଟିକି ଟିକି ଡେଣା ବଳ ଅକଳନା
ଗତିରେ ବିଜୁଳି କେବେବି ପାରେନା
ଉଡ଼ିଯାଏ ଫୁର କିନା
କିଚିରି ମିଚିରି ଶବଦ ସେ କରି
ମନ ହରି ନିଏ ସିନା ।
ଟିକି ଥଣ୍ଟେ ତାର ଟିକି ପୋକ ଜୋକ
ଖୁମ୍ପି ଖାଉ ଥାଏ ବୁଲି ଚଉ ପାଖ
ବେଙ୍ଗ ପରି ଡେଇଁ ଡେଇଁ
ତୀକ୍ଷ୍ଣ ଦୃଷ୍ଟି ତାର ଥାଏ ଚାରି କର
ହେଉ ଥାଏ ଚାଇଁ ଚାଇଁ ।
ଟିକି ଚଢ଼େଇଟି ଛୋଟ ସଂସାରଟି
ନିଜେ ହାତେ ଗଢେ ନିଜ ସଂସାରଟି
ବୋଝ ହୁଏନି କାହାର
ଅଳସ ପଣକୁ ନିଏନି ପାଖକୁ
ଖୁସିରେ ଗଢେ ସଂସାର ।
