STORYMIRROR

SUSMITA MISHRA

Inspirational

3  

SUSMITA MISHRA

Inspirational

ଯା ରେ ଯା ରେ ବିହଙ୍ଗମ

ଯା ରେ ଯା ରେ ବିହଙ୍ଗମ

1 min
124

ଆରେ ଆରେ ବିହଙ୍ଗମ 

 ସରିଲା ତୋ ବନ୍ଦୀ ଜୀଵନ 

ସରିଲା ତୋ ହେବା ଅପମାନ 

 ସରିଲା ତୋ ବନ୍ଦୀ ସଂଗ୍ରାମ।


ଯା ଯା ରେ ବିହଙ୍ଗମ 

 ମୁକ୍ତ ହେଲା ତୋ ଜୀଵନ 

ଛାଡ଼ି ଜୀଵନ ପରାଧୀନ 

 ଉଡ଼ିବୁ ଯା ମୁକ୍ତ ଗଗନ।


ଗାଇବୁ ଗୀତ ମହ୍ଲାର 

 ଉଡ଼ିବୁ ପବନ ସାଥିର 

ଖୋଜିଣ ଏକ ସାଥି 

  ଗଢିବୁ ନିଜ ପରିବାର।


ନିର୍ଭୟ ନିର୍ଦ୍ୱନ୍ଦ୍ୱେ ରଚିବୁ 

 ଏକ ନିଡ଼ ଯେ ତୋର 

ସେଇଠି ରଖିବୁ ନିଜର 

 ସୁଖି ଛୋଟ ପରିବାର।


ଲୁହାର ହେଉ କି ହେଉ ସୁନା 

 ପଞ୍ଜୁରୀରେ ରହିବାକୁ କରିବୁ ମନା 

ତୁ ସ୍ୱାଧୀନ ଅଟୁ ବିହଙ୍ଗମ 

 ପରାଧୀନ କୁ କରିବୁନି କେବେ କଳ୍ପନା।


ଯା ଯା ରେ ବିହଙ୍ଗମ 

 ମୁକ୍ତିର ଆନନ୍ଦ ନେବୁ 

ଖୁସିରେ ବିତାଇବୁ ଜୀଵନ 

  ଆନନ୍ଦ ମନେ ବଞ୍ଚିବୁ।


ସଭିଙ୍କୁ ଦେବୁ ଏହି ସନ୍ଦେଶ  

 ହେବ ନାହିଁ କେହି ପରାଧୀନ 

ବଞ୍ଚିବ ସଦା ହୋଇ ସ୍ୱାଧୀନ 

  ରଖି ନିଜ ମାନ ସ୍ୱାଭିମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational