ଯା ରେ ଯା ରେ ବିହଙ୍ଗମ
ଯା ରେ ଯା ରେ ବିହଙ୍ଗମ
ଆରେ ଆରେ ବିହଙ୍ଗମ
ସରିଲା ତୋ ବନ୍ଦୀ ଜୀଵନ
ସରିଲା ତୋ ହେବା ଅପମାନ
ସରିଲା ତୋ ବନ୍ଦୀ ସଂଗ୍ରାମ।
ଯା ଯା ରେ ବିହଙ୍ଗମ
ମୁକ୍ତ ହେଲା ତୋ ଜୀଵନ
ଛାଡ଼ି ଜୀଵନ ପରାଧୀନ
ଉଡ଼ିବୁ ଯା ମୁକ୍ତ ଗଗନ।
ଗାଇବୁ ଗୀତ ମହ୍ଲାର
ଉଡ଼ିବୁ ପବନ ସାଥିର
ଖୋଜିଣ ଏକ ସାଥି
ଗଢିବୁ ନିଜ ପରିବାର।
ନିର୍ଭୟ ନିର୍ଦ୍ୱନ୍ଦ୍ୱେ ରଚିବୁ
ଏକ ନିଡ଼ ଯେ ତୋର
ସେଇଠି ରଖିବୁ ନିଜର
ସୁଖି ଛୋଟ ପରିବାର।
ଲୁହାର ହେଉ କି ହେଉ ସୁନା
ପଞ୍ଜୁରୀରେ ରହିବାକୁ କରିବୁ ମନା
ତୁ ସ୍ୱାଧୀନ ଅଟୁ ବିହଙ୍ଗମ
ପରାଧୀନ କୁ କରିବୁନି କେବେ କଳ୍ପନା।
ଯା ଯା ରେ ବିହଙ୍ଗମ
ମୁକ୍ତିର ଆନନ୍ଦ ନେବୁ
ଖୁସିରେ ବିତାଇବୁ ଜୀଵନ
ଆନନ୍ଦ ମନେ ବଞ୍ଚିବୁ।
ସଭିଙ୍କୁ ଦେବୁ ଏହି ସନ୍ଦେଶ
ହେବ ନାହିଁ କେହି ପରାଧୀନ
ବଞ୍ଚିବ ସଦା ହୋଇ ସ୍ୱାଧୀନ
ରଖି ନିଜ ମାନ ସ୍ୱାଭିମାନ।