ଜଗମୋହନ ଦାଣ୍ଡି ରାମାୟଣ
ଜଗମୋହନ ଦାଣ୍ଡି ରାମାୟଣ
ଓଡ଼ିଶାରେ ଭକ୍ତି ଧାରାର ପ୍ରବାହକ ଯିଏ
ଥିଲେ ଆମେ ତ ଜାଣିବା
ଓଡ଼ିଆ ସାହିତ୍ୟର ପଞ୍ଚସଖା କଥା ସମସ୍ତେ
ଚାଲ ମନେ ପକାଇବା |୧|
ପଞ୍ଚସଖା ଗୋଷ୍ଠୀ ମଧ୍ୟରୁ ଜ୍ୟେଷ୍ଠ ଓ ପ୍ରତିଭା-
ବାନ ଥିଲେ ବଳରାମ ଦାସ
ଅନ୍ୟମାନେ ଥିଲେ ଜଗନ୍ନାଥ ଦାସ ଅଚ୍ୟୁତାନନ୍ଦ
ଦାସ ଅନନ୍ତ ଦାସ ଓ ଯଶୋବନ୍ତ ଦାସ |୨|
ବଳରାମ ଦାସଙ୍କ ସୃଷ୍ଟି ଅଟେ କେତେ ପୁରାଣ
ଓ ଭକ୍ତିମୂଳକ କାବ୍ୟ କବିତା
ପଞ୍ଚଦଶ ଶତାବ୍ଦୀରେ ସେ ସବୁ ଓଡ଼ିଆରେ ତାଂକ
ଦ୍ୱାରା ଅନେକ ହୋଇଛି ରଚିତା |୩|
୧୪୮୪ ମସିହାରେ ବଳରାମ ଦାସ ଯାଜପୁର
ଅବା ପୁରୀ ଶ୍ରୀକ୍ଷେତ୍ରରେ ଜନ୍ମିତ
ପିତାଙ୍କ ନାମ ସୋମନାଥ ମହାପାତ୍ର ଓ ମାତାଙ୍କ
ନାମ ଅଟେ ମୋହମାୟା ମହାପାତ୍ର |୪|
ଜଗମୋହନ ରାମାୟଣ ରଚନା କରିଥିଲେ
ଶ୍ରୀଚୈତନ୍ୟଙ୍କ ପୁରୀ ଆଗମନ ପୂର୍ବରୁ
ଏହାକୁ ଦାଣ୍ଡି ରାମାୟଣ ବୋଲି ସରବେ ବିଦିତ
ଦାଣ୍ଡିବୃତ୍ତରେ ରଚିତ ହୋଇଥିବାରୁ |୫|
ପୁରାଣର ଆଦି ସ୍ରଷ୍ଟା ହେଲେ ବ୍ରହ୍ମା ମୁନିଋଷି
ମାନେ ଏହାକୁ କରିଛନ୍ତି ପ୍ରଚାର
ଜଗମୋହନ ରାମାୟଣରେ ବର୍ଣ୍ଣିନାତ ହୋଇଛି
ଶ୍ରୀରାମ ପରଂବ୍ରହ୍ମଙ୍କ ଅବତାର |୬|
ଜଗନ୍ନାଥଙ୍କ ବ୍ୟତୀତ ଶିବ ଦୁର୍ଗା ଓ ଅଗ୍ନିଙ୍କ
ବର୍ଣ୍ଣନା ରହିଛି ରାମାୟଣରେ
ସମସ୍ତ ଚରିତ୍ର ଦେବ ଅଂଶରେ ଜାତ ତାଙ୍କରି
ରାମାୟଣରେ |୭|
ବିଭିନ୍ନ ପୁରାଣ ଓ ଲୋକକଥାରୁ ନୂତନ ଗଳ୍ପ
ସବୁ ସଂଗ୍ରହ କରି କଲେ ବର୍ଣ୍ଣିତ
ରଖି ଓଡ଼ିଆ ସମାଜର ପାର୍ଥକ୍ୟ ଅଛି ବାଲ୍ମୀକି
ରାମାୟଣ ଠାରୁ ପୃଥକ୍ ନୁହେଁ ଅନୁବାଦ |୮|
