STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମତ୍ତ୍ୟ ବୈକୁଣ୍ଠ

ମତ୍ତ୍ୟ ବୈକୁଣ୍ଠ

1 min
177


ଶ୍ରୀ କ୍ଷେତ୍ର ଆମ ମତ୍ତ୍ୟ ବୈକୁଣ୍ଠ ହୋଇଛି

ମୋ ଜଗା ସେଥି ଦୁଃଖ ବୁଝୁଛି

ଆସ ଆମେ ସେଠାକୁ ଯିବା

ନିଜ ଦୁଃଖ କହି ଆମେ ଦେବା ।


କାଳିଆ କି ଲୀଳା କରୁଛି

ଉତ୍କଳ ତା ପାଇଁ ଧନ୍ୟ ହୋଇଛି

ମତ୍ତ୍ୟ ବୈକୁଣ୍ଠ ଏ ପ୍ରଦେଶ ହୋଇଲା

ମୋ କାଳିଆ ପାଇଁ ଉତ୍କଳ ପ୍ରସିଦ୍ଧ ହେଲା ।


ଧନ୍ୟ ଧନ୍ୟ ମୋ ଜଗନ୍ନାଥ

ଅନାଥର ତୁମେ ହୋଇଲ ନାଥ

ତୁମେ ଯେଉଁ ସ୍ଥାନରେ ରହିବ

ମତ୍ତ୍ୟ ବୈକୁଣ୍ଠ ଏ ଧାମ ହୋଇବ ।


ମତ୍ତ୍ୟ ବୈକୁଣ୍ଠ ତୁମେ ମାନିବ ପୁରୀକୁ

ଓଡିଶାର ଗୌରବ ନେଇ ଜଗନ୍ନାଥଙ୍କୁ

ଜଗନ୍ନାଥ ତୁମ ଧାମ ରେ ଆମେ ଜନ୍ମ ନେଇଛୁ

କେତେ ପୁଣ୍ୟ ବଳେ ସେ ସୌଭାଗ୍ୟ ଲଭିଛୁ


ଅତି ପବିତ୍ର କ୍ଷେତ୍ର ଆମ ଶ୍ରୀ କ୍ଷେତ୍ର

ଶ୍ରୀ କ୍ଷେତ୍ର ଛାଡି ନ ଯିବା ଅନ୍ୟତ୍ର

ସବୁ କଳା ସଂସ୍କୃତି ଏଠି ରହିଛି

ମର୍ତ୍ତ୍ଯ ବୈକୁଣ୍ଠ ଏ ଜଗତ କହୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational