Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Sahoo

Tragedy Inspirational

3  

Santosh Kumar Sahoo

Tragedy Inspirational

ଆଢ଼ୁଆଳ

ଆଢ଼ୁଆଳ

1 min
339



ଡିଣ୍ଡିମପିଟାର ଆଢ଼ୁଆଳେ

ବେଦନାର ହୁଳହୁଳି

ସଂସ୍କାରର ପ୍ରତିଛବି ତୋଳେ l

ଓହ୍ଲାଇ ଯାଆନ୍ତି ଆଦେଶ ସଂହତି

ଶୀତତାପ ନିୟନ୍ତ୍ରିତ କୋଠରୀ ଫେଣାରୁ

ଅନୁଚିନ୍ତା, ବୁଝାବଣା, ତେରେଛା ନଜର

ଗୁଣାତ୍ମକ ଶିକ୍ଷା,ଅଭିନବ ପେଡ଼ି

ଉଠେ ଡେଣା ଝାଡି ।

ବାଟବଣା ଅଭାଗାମାନଙ୍କ ପାଇଁ

ଖୋଜେ ଅପର୍ଯ୍ୟାପ୍ତ ମନ୍ତ୍ର

ଅକ୍ଷର ଅଚିହ୍ନା

ଛ' ରୁ ଚଉଦ ବର୍ଷର ଗ୍ରହାଣୁପୁଞ୍ଜ

ଅଣ୍ଟା ସଳଖିବାର ପ୍ରୟାସ

ଅଚିନ୍ତା ନିଶ୍ଚିନ୍ତ ପିତା ମାତାଙ୍କ ବିଶ୍ବାସ ।

ଜୀର୍ଣ୍ଣ କୋଠରୀରୁ ଅଭୁଦୟ ହେବେ ନବୀନ ଆଶ୍ବସ୍ତ

ସତ୍ୟାନ୍ୟୁଷଣର ଅଭିନବ ମାର୍ଗ

ଆଗେଇଯିବେ ଭବିଷ୍ୟତ l

'ସ୍ୱର୍ଗକୁ ନିଶୁଣୀ ନାହିଁ 'ରୂଢିରେ ବନ୍ଧା

ନିର୍ବାକ ଶିକ୍ଷାପ୍ରେମୀ

କକ୍ଷପଥରେ ଘୂର୍ଣାୟ ମାନ

ଗ୍ରହାଣୁ ପୁଞ୍ଜକୁ ଅଭିମନ୍ତ୍ରିତ କରିବାରେ ।

କିନ୍ତୁ ହାୟ

ଅସଜଡା ଗ୍ରହାଣୁପୁଞ୍ଜ 

ଧାଡ଼ି ବାନ୍ଧୁବାନ୍ଧୁ

ସରିଯାଏ ତମାମ୍ ଆୟୁଷ

ଆତ୍ମବିଶ୍ବାସ ହଜିବାର ଗ୍ଲାନିରେ

ଅଙ୍ଗୀକୃତ ନିରୁପାୟ, କାକୁସ୍ଥ 

କ୍ଷତାକ୍ତ ମନରେ ଅହେତୁକ ପ୍ରଶ୍ନ ?

ନିର୍ବାଣ ପ୍ରାପ୍ତିର ଆଶାରେ

ଖଡ଼ି ଧରି ଆଙ୍କିଯାନ୍ତି,ଉତ୍ତର ଫର୍ଦ୍ଦ

ମେଘଦୂତ ସାଜି, ମେଘନାଦ ଡେଇଁବାର ଆସ୍ପର୍ଦ୍ଧା 

ମୂଲ୍ୟବୋଧ ପେଡିରେ ସାଇତି

ପ୍ରଦିକ୍ଷିଣ କରୁଥାନ୍ତି

ସହିଯାନ୍ତି ସକଳ,ମଥାପାତି

ପରିସଂଖ୍ୟାନ ବୃଦ୍ଧି ଧଇଁରେ

ମାସନ୍ତ ଖୁଚୁରା ଗଣ୍ଡାକ ପାଇଁ ।

ସେପଟେ ସୂର୍ଯ୍ୟାଲୋକରେ 

କ୍ଷଣିକ ଉଦ୍ ଭାଷିତ ଚନ୍ଦ୍ରମାମାନେ

ଖୋଜନ୍ତି ପୃଥିବୀର ଆଢ଼ୁଆଳ

ରବି କିରଣର ଚମକ 

ଏଣେ ଲିଭିବାର ବେଳେ

ଡିଣ୍ଡିମ ପିଟାର ଆଢ଼ୁଆଳେ

ଆକାଂକ୍ଷା କୁହୁଳେ l


Rate this content
Log in

Similar oriya poem from Tragedy