Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Sahoo

Abstract

4  

Santosh Kumar Sahoo

Abstract

ପ୍ରତ୍ୟାଖ୍ୟାନ

ପ୍ରତ୍ୟାଖ୍ୟାନ

1 min
588



ସବୁଜିମା ଭରା ସୌନ୍ଦର୍ଯ୍ୟର ପ୍ରେମ

ପ୍ରକୃତି କୋଳେ ଖଞ୍ଜିଛି

ଅଥଚ ଜଞ୍ଜାଳଗ୍ରସ୍ତ ମନ

ତାରେ ,ପ୍ରତ୍ୟାଖ୍ୟାନ କରି ଚାଲିଛି l


କଂକ୍ରିଟ ସହରରେ ନିତି ପ୍ରତିଦିନ

ଭାଜି ହେଉଥାଇ ମଣିଷ

ରୋଟିନ ବନ୍ଧା ଜୀବନରେ ଦେଖ

ଲୁଚି ଯାଇଅଛି ହୃଦୟୁ ହସ l


ନୀଳ ଆକାଶର ଭସା ବାଦଲରେ

କେତେ ସୁନ୍ଦରତା ସତେ ଲୁଚିଛି

କର୍ତ୍ତବ୍ୟରେ ସନ୍ତୁଳିତ ମଣିଷ

ପ୍ରତ୍ୟାଖାନ କରି ରାସ୍ତା ଚାଲିଛି l


ନଦୀ ସାଗରର ମନ ଛୁଆଁ କଥା 

ହୃଦୟ ଆବୋରି ବସିବା ବେଳେ

ନା ହସିପାରେ ନା କାନ୍ଦିପାରେ

ସମୟ ତାସାଥେ ଲୁଚକାଳି ଖେଳେ l


ହୃଦୟକୁ ବନ୍ଧା ଦେଇ ଚାଲି ଆସେ

ସମସ୍ୟାଭରା ଅଲୋଡ଼ା ଅଣ୍ଟିରେ

ପକ୍ଷୀର ଡାକ ଫୁଲ ମହକ

ମନଧ୍ୟାନ ବାରେ କିମୋହି ପାରେ l


ଜୀବନର ଧାଁ ଦୌଡେ, ନାହିଁ ଫୁରୁସତ୍ 

ଅଣ ନିଃଶ୍ୱାସୀ ଏ ନାଚାର ମଣିଷ

ସମୟର ତାଡ଼ନାରେ ନିଜକୁ ବୁଡାଇ

ଆପଣା ଛାଏଁ ସେ ହୁଏ ଅବଶ l


ନିଜ ବାଟ ନିଜେ ଭାଙ୍ଗଇ ଗଢଇ

ବିଶାଳତାର ତୁଟାଇ ଧର୍ଯ୍ୟ

ପ୍ରତ୍ୟାଖ୍ୟାନ କରି ଚାଲେସେ ଆଗକୁ

ପ୍ରକୃତିର ସମସ୍ତ ଐଶ୍ୱର୍ଯ୍ୟ l



Rate this content
Log in

Similar oriya poem from Abstract