STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
166


ଆଦ୍ୟ ଆଷାଢ଼ ପହିଲି ଛୁଆଁରେ

ଧରା ଉଲ୍ଲସିତ ହୁଏ

ପହିଲି ପ୍ରୀତିର ମିଠାମିଠା ଛୁଆଁ 

 ତନୁ ମନ ଭରିଦିଏ।


ଉତ୍ତପ୍ତ ଧରଣୀ ଶୀତଳତା ଲଭେ 

ତୁମରି ପରଶ ପାଇ

ଧୂସର ଭୂଇଁଟା ଫସଲରେ ଭରେ

ଧରଣୀ ହସି ଉଠଇ।


ବରଷା ସାଥିରେ ଚମକେ ବିଜୁଳି

ବରଷଇ ବାରିଧାରା

ଚାତକ ପକ୍ଷୀଟି ଶୋଷ ମେଣ୍ଟାଇଣ

ଆଶ୍ବସ୍ତି ଲଭଇ ପରା।


ବରଷା ଥମିଲେ ପଡେ ଯେବେ ଖରା

ଇନ୍ଦ୍ରଧନୁ ଧନୁ ସୃଷ୍ଟି ହୁଏ 

ସପ୍ତରଙ୍ଗ ଆଭା ଆକାଶରେ ଶୋହେ

ସବୁରି ମନକୁ ମୋହେ।


ବାଘ ନିସ ହନାଲା ସାତଟି ରଙ୍ଗ

ଆଭା ବିକିରଣ କରେ

ବାଟୋଇ ଭାଇଟି ପଥେ ଯାଉ ଯାଉ

ଘଡିଏ ନିଶା କରେ।


ଅଳ୍ପ କ୍ଷଣ ପାଇଁ ଆକାଶେ ଦିଶେ ସେ

ସବୁରି ପ୍ରିୟ ଅଟଇ

ସପ୍ତରଙ୍ଗ ତାର କରେ ଆହ୍ଲାଦିତ 

ମନରୁ ପାଶୋର ନୋହି।


ଖରା ବରଷାକୁ ଖାତା ନକରି

ଆକାଶରେ ଉଭା ହୁଏ

ସୃଷ୍ଟିକର୍ତ୍ତାଙ୍କର ବିଚିତ୍ର ସୃଷ୍ଟି ଏ

ଉପମା ବା ଦେବ କିଏ ? 


ମନୁଷ୍ୟ ଜୀବନେ ଉତ୍ଥାନ ପତନ 

ଖରା ବର୍ଷା ସମ ହୁଏ 

ଧୈର୍ଯ୍ୟ ସହକାରେ କରମ କରିଲେ

ସପ୍ତରଙ୍ଗ ଭରିଯାଏ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational