Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Inspirational

3  

Smitarani Barik

Inspirational

ଆମ ବାପା

ଆମ ବାପା

1 min
196



ଛିଣ୍ଡା ଛିଣ୍ଡା ଅତୁଟ ସମ୍ପର୍କର

ଅଛିଣ୍ଡା ମୋର ଜୀବନ ଗଣିତ

ତୁମେମାନେ ସଵୁ ଅପଢା ପାଠ

ମୁଁ ତୁମମାନଙ୍କର ଏକ ସହଜ ସୁତ୍ର ।

ପାଠଶାଳାର ଦିଘଡି ଜୀବନଟା

କେବେ କଠିନ ଅସହଜ ଗଣିତ

କେବେ ସରଳ ଭାଷାର ସାହିତ୍ୟ ।

ସଦ୍ୟ ସାମାଜିକସ୍ଥିତି କଳାପଟାରେ

ପରିବାରର ହିସାବ ରଫ ଖାତାରେ  

ସଵୁ ଅଙ୍କ କଷି କଷି ଚାଲେ ମୁଁ ଏକା

ଏଠି;

ସରଳ ନୁହେଁ ଜୀବନ ଜୀଇଁବାର ପାଠ।

ତଥାପି ;

ବସି ଖାଇଲେ ପରା ନଈ ବାଲି ସରେ

ବୁଝିଛି ଯେବେଠୁ ଜୀବନର ଏଇ ସୁତ୍ର 

ଜୀବନର ନିତିଦିନିଆ ସଵୁ ଜଞ୍ଜାଳକୁ

ମାନସାଙ୍କପରି ସହଜେ କରେ ସମାଧାନ  

ମୁଣ୍ଡ ଝାଳ ସଵୁ କେତେ ତୁଣ୍ଡରେ ମାରି

ନଥକି କରିଚାଲେ ନିତି ଅକ୍ଳାନ୍ତ ପରିଶ୍ରମ ।

ଜାଣିଛି !

 ରହିଛି; ମୋର ଅନେକ ଅସରା ଗୁରୁଦାଇତ୍ୱ ।

କାରଣ

କଣ୍ଟକିତ ଅଣ ଓସାରିଆ ବଙ୍କା ରାସ୍ତାରେ

ବୋଝ ଉପରେ ଅଛି ମୋର ନଳିତା ବିଡା

ଆଗକୁ ଆଗକୁ ନଥକି ଚାଲିବାକୁ ହେବ

ଅକୁହା ବେଦନା ସଵୁକୁ ଛାତିରେ ଚାପି ।

ଫୁରସତ ନାହିଁ ଶାନ୍ତିରେ ନିଶ୍ବାସ ନେବାକୁ 

ଅଳି ଅର୍ଦ୍ଦଳି ତୁମମାନଙ୍କ ପୁରାକରିବାକୁ

ବାହୁବଳୀ ପରି ଲଢେ ଦିନ ରାତି ଏକ କରି

ତୁମରି ମାନଙ୍କୁ ମୁହଁରେ ଟିକେ ଖୁସି ଭରିବାକୁ ।

  ମୁଁ 

  କେବେ କରେନି

 ମୋ ଜୀବନ ଗଣିତର ହିସାବ 

  କାରଣ 

  ମୁଁ ପରା ତୁମମାନଙ୍କର

         "ବାପା

        


Rate this content
Log in

Similar oriya poem from Inspirational